ଭୁବନେଶ୍ୱର,୨୦।୯(ସୁନିତ୍ ମିଶ୍ର): ରାଜ୍ୟ ସରକାର ୪୪ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରକୁ ବୁଧବାର କାଳିଆ ସହାୟତା ପ୍ରଦାନ କରିବେ। ଏହି ଚାଷୀମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୯୦୦ କୋଟି ଟଙ୍କାର ସହାୟତା ରାଶି ହସ୍ତାନ୍ତର କରାଯିବ। ନୂଆଖାଇ ଉପଲକ୍ଷେ ରାଜ୍ୟର ଚାଷୀମାନଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷର ରବି ଫସଲ ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ପ୍ରଦାନ କରିବେ।