ସୁସ୍ଥ ହେଲେ ୧୬୭୩ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୧୨।୮(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୧୬୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୩୮୯ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୭୭, ସୁନ୍ଦରଗଡରୁ ୧୬୩, କଟକରୁ ୧୨୬, କୋରାପୁଟରୁ ୧୨୦, ପୁରୀରୁ ୧୦୦, ସମ୍ବଲପୁରରୁ ୬୧, ବରଗଡରୁ ୫୦, କେନ୍ଦୁଝରରୁ ୪୭, ରାୟଗଡାରୁ ୪୭, କନ୍ଧମାଳରୁ ୪୬, ନୟାଗଡରୁ ୩୫, ଯାଜପୁରରୁ ୩୪, ଗଜପତିରୁ ୩୩, କେନ୍ଦ୍ରାପଡାରୁ ୩୧, ବାଲେଶ୍ୱରରୁ ୩୦, ମାଲକାନଗିରିରୁ ୨୮, ଭଦ୍ରକରୁ ୨୬, ମୟୂରଭଞ୍ଜରୁ ୨୫, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୨୧, ବଲାଙ୍ଗିରିରୁ ୧୫, ସୋନପୁରରୁ ୧୪, ନବରଙ୍ଗପୁରରୁ ୧୧, ଜଗତସିଂହପୁରରୁ ୮, ଝାରସୁଗୁଡା୬, ଅନୁଗୋଳରୁ ୪, ନୂଆପଡା ଓ ବୌଦ୍ଧରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୬୪୭୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share