କଟକ ସହରରୁ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨।୯-କଟକ ସହରରୁ ବୁଧବାର ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରାଣ୍ଟାଇନରୁ ୧୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୨ ଲୋକାଲ କଣ୍ଟାକ୍ଟ କେସ ରହିଛି। ୧୫ ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି। ଏହାସହିତ ଏସ୍‌ସିବି ମେଡିକାଲ ଆଇସୋଲେଶନର୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତପୁରରୁ ୩, ନୟାବଜାରରୁ ୨, ସେକ୍ଟର-୮ ସିଡିଏରୁ୪, କଲେଜ ସ୍କୋୟାରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା କଟକରେ ୩୨୮୩ ଜଣ ସୁସ୍ଥ ହୋଇଥିବାବେଳେ ୨୦୨୨ ଆକ୍ଟିଭ କେସ ରହିଛି। ୨୭ ଜଣ ଆକ୍ରାନ୍ତ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି।

Share