ଆଜି ଯୁକ୍ତ୨ କଳା ପରୀକ୍ଷାଫଳ

ଭୁବନେଶ୍ୱର,୫।୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ପରୀକ୍ଷା ଫଳ ଆଜି  ପ୍ରକାଶ ପାଇବ। ଏଥିସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ମଧ୍ୟ ବାହାରିବ ବୋଲି ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଅପରାହ୍ନ ୪ଟାରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ। ଏହାପରେ ଛାତ୍ରୀଛାତ୍ରମାନେ www.orissaresults.in ଓ୍ବେବ୍‌ସାଇଟ୍‌ରେ ରୋଲ୍‌ ନମ୍ବର ଓ ଆବଶ୍ୟକ ତଥ୍ୟ ଦେଇ ପରୀକ୍ଷା ଫଳ ଜାଣିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଚଳିତବର୍ଷ ଯୁକ୍ତ୨ କଳାରେ ୨ ଲକ୍ଷ ୨୫ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ଧନ୍ଦାମୂଳକରେ ୭,୭୫୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଏହାପୂର୍ବରୁ ଅଗଷ୍ଟ ୧୨ରେ ଯୁକ୍ତ୨ ବିଜ୍ଞାନ ଓ ୧୯ରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି।

Share