ରାଜ୍ୟରେ ଆଜି ୫,୨୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୫,୨୩୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୯୫୭ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୨୨୭୮ଟି ହେଉଛି ଲୋକାଲ କେସ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୬ ଜଣ ଥିବା ବେଳେ ଅନୁଗୋଳରୁ ୨୭୭, ବାଲେଶ୍ୱର ୩୨୦, ବରଗଡ ୧୧୮, ଭଦ୍ରକ ୨୧୭, ବଲାଙ୍ଗୀର ୪୧, ବୌଦ୍ଧ ୮୩, କଟକ ୫୫୭, ଦେଓଗଡ ୧୪,
ଢେଙ୍କାନାଳ ୧୩୭, ଗଜପତି ୨୩, ଗଞ୍ଜାମ ୭୭, ଜଗତସିଂହପୁର ୧୪୮, ଯାଜପୁର ୩୯୪,
ଝାରସୁଗୁଡା ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭, କେନ୍ଦ୍ରାପଡା ୨୩୭, କେନ୍ଦୁଝରରୁ ୧୧୫, କୋରାପୁଟରୁ ୧୨୭, ମାଲକାନଗିରିରୁ ୧୦୪, ନବରଙ୍ଗପୁରରୁ ୧୮୬, ନୟାଗଡା ୧୩୨, ନୂଆପଡା ୧୩, ରାୟଗଡା ୧୨୯, ସମ୍ବଲପୁରରୁ ୬୬ ଓ ସୋନପୁରରୁ ୩୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୧୨୪ ଜଣ ଚିହ୍ନଟ ହୋଇଛନ୍ତି।
୫,୨୩୫ଟି ନୂଆ କେସ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୪୨ହଜାର ୪୬୧ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୭୨ ହଜାର ୯୭୨ ଜଣ ସୁସ୍ଥ ହୋଇସାରିଛନ୍ତି। ୬୬ ହଜାର ୨୨୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Share