ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୧, ୨୦୨୨)

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପରେ ବ୍ରାଜିଲ ଏବଂ ମୋରୋକୋ ମଧ୍ୟରେ ଅନୁଷ୍ଠିତ ଲିଗ୍ ମ୍ୟାଚ୍

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୦ତମ ଜୟନ୍ତୀରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

ଭୁବନେଶ୍ୱର ଆଇଗଣିଆରେ ବେଆଇନ ନିର୍ମାଣକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି

 

କଟକ ବିଡାନାସୀ ଗ୍ରାଉଣ୍ଡରେ ଇଣ୍ଟର ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

 

ଓଡିଶା ହାଇକୋର୍ଟ ପରିସରରେ ‘ଡେପୁଟି ସଲିସିଟର ଜେନେରାଲ ଅଫ ଇଣ୍ଡିଆ’ଙ୍କ କାର୍ଯ୍ୟାଳୟ କୁ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଉଦଘାଟନ କରୁଛନ୍ତି

ଓଡିଶା ହାଇକୋର୍ଟ  ବାର ଆଶୋସିଏସନ କନଭେନଶନ ହଲରେ ଅନୁଷ୍ଠିତ ସଭାରେ ଉଦବୋଧନ ଦେଉଛନ୍ତି କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ

 

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୦୨ତମ ଜୟନ୍ତୀ ଅବସରରେ ଗାନ୍ଧୀ-ଲୋହିଆ-ଜୟପ୍ରକାଶ ମଞ୍ଚ ପକ୍ଷରୁ କଟକ ସିଡିଏ ସ୍ଥିତ ଜୟପ୍ରକାଶ ଉଦ୍ୟାନ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

 

କଟକ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ଜିଲା ସ୍ୱାସ୍ଥ୍ୟ ଭବନ ଠାରେ ‘ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ’ ପାଳନ ଅବସରରେ ଅନୁଷ୍ଠିତ ସଭା

ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବନ ସପ୍ତାହ ପାଳିତ

ବ୍ରହ୍ମପୁର ନୀଳକଣ୍ଠ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ