ଦୋହା: ଏକ କୁନିଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ହାତ ଦେଖାଇ ଏୟାରପୋର୍ଟର ସୁରକ୍ଷାକର୍ମୀଙ୍କୁ ଅନୁମତି ମାଗୁଥିବା ଦେଖିବାକୁ ମିଳିଛି। କୁନିଝିଅଟି ତାଙ୍କ ମାଉସୀଙ୍କୁ ଆଲିଙ୍ଗନ ଓ ବିଦାୟ ଦେବାକୁ ଚାହୁଁଥିବା ସୁରକ୍ଷାକର୍ମୀଙ୍କୁ ଜଣାଇବା ପରେ ଅନୁମତି ମିଳିଥିଲା । ପରେ ସେ ଖୁସି ହୋଇ ଦୌଡ଼ି ଯାଇଥିଲେ ତାଙ୍କ ମାଉସୀଙ୍କ ପାଖକୁ। ତାଙ୍କ ମାଉସୀ ମଧ୍ୟ ଖୁସି ହୋଇ ଧାଇଁ ଆସିଥିଲେ। ପରସ୍ପର ଆଲିଙ୍ଗନ କରୁଥିବା ଏହି ସ୍ନେହଭରା ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୬ଲକ୍ଷ ଲୋକ ପସନ୍ଦ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ ବି କରିଛନ୍ତିି। ତେବେ ଏହି ଭିଡିଓ କେଉଁ ଷ୍ଟେଶନର ଠିକ୍ ଭାବରେ ଦେଖାଯାଉ ନ ଥିଲେ ବି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।