ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ୫ ହଜାର ମୁହାଁ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ଖୋର୍ଦ୍ଧାରୁ …

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୪,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୯୭୬ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୭୭ ହଜାର ୪୬୪ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧ ଜିଲାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୮୧, ବାଲେଶ୍ୱରରୁ ୮୪, ବରଗଡ଼ରୁ ୧୯୮, ଭଦ୍ରକରୁ ୬୩, ବଲାଙ୍ଗୀରରୁ ୩୨୨, ବୌଦ୍ଧରୁ ୨୩, କଟକରୁ ୧୭୬, ଦେବଗଡ଼ରୁ ୩୧, ଢେଙ୍କାନାଳରୁ ୬, ଗଜପତିରୁ ୩୧, ଗଞ୍ଜାମରୁ ୪୯, ଜଗତ୍‌ସିଂହପୁରରୁ ୨୨, ଯାଜପୁରରୁ ୮୬, ଝାରସୁଗୁଡ଼ାରୁ ୨୩୪, କଳାହାଣ୍ଡିରୁ ୧୬୭, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୫୦, କେନ୍ଦୁଝରରୁ ୧୦୩ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୩୧, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୮୬, ନବରଙ୍ଗପୁରରୁ ୧୫୪, ନୟାଗଡ଼ରୁ ୬୩ , ନୂଆପଡ଼ାରୁ ୫୩୪ , ପୁରୀରୁ ୧୯୩, ରାୟଗଡ଼ାରୁ ୬୦, ସମ୍ବଲପୁରରୁ ୧୮୩ ସୁବର୍ଣ୍ଣପୁରରୁ ୪୭ ଓ ସୁନ୍ଦରଗଡ଼ରୁ ୬୭୪ ଅଛନ୍ତି।

Share