Categories: ଜାତୀୟ

ଦରଦାମ ବୃଦ୍ଧି ସହିତ ମିଳିମିଶି ଲଢ଼ିବା: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୬।୯ : ଦେଶର ବିଭିନ୍ନ ସହରରେ ଜି-୨୦ ଉତ୍ସବ ଆୟୋଜନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଦରଦାମ ବୃଦ୍ଧି ଏକ ବଡ ପ୍ରସଙ୍ଗ ଯାହା ଏହି ସମୟରେ ସମଗ୍ର ବିଶ୍ୱ ସାମ୍ନା କରୁଛି। ପ୍ରଥମେ କରୋନା ମହାମାରୀ ଏବଂ ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିଶ୍ୱ ସ୍ତରରେ ମୁଦ୍ରାସ୍ଫୀତିର ଗତିଶୀଳତାକୁ ବଦଳାଇ ଦେଇଛି।

ଏହି କାରଣଗୁଡିକ ଯୋଗୁ ବିକଶିତ ତଥା ଉଦୀୟମାନ ଅର୍ଥନୀତି ଉଚ୍ଚ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛନ୍ତି। ମୁଦ୍ରାସ୍ଫୀତି ହେଉଛି ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଯାହା ଏହାର ମୁକାବିଲା ପାଇଁ ପାରସ୍ପରିକ ସହଯୋଗ ଆବଶ୍ୟକ କରୁଛି। ଏପରିସ୍ଥଳେ ସଭିଏଁ ଏକଜୁଟ ହୋଇ ଏହା ବିରୋଧରେ ଲଢ଼ିବା ଜରୁରୀ।

ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ପ୍ରତ୍ୟେକ ଦେଶ ଏପରି ନୀତି ପ୍ରସ୍ତୁତ କରିବା ଆବଶ୍ୟକ ଯାହା ମୁଦ୍ରାସ୍ଫୀତି ରୋକିବାରେ ସହାୟକ ହେବ। ଅନ୍ୟ ଦେଶଗୁଡିକ ସମସ୍ୟାର ସମ୍ମୁଖୀନ ହେବା ଉଚିତ ନୁହେଁ । ଏଥିସହ କେନ୍ଦ୍ରୀୟ ବ୍ୟାଙ୍କଗୁଡିକର ନୀତିରେ ସ୍ବଚ୍ଛତା ରହିବା ଅତ୍ୟନ୍ତ ଜରୁରୀ ଅଟେ।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଭାରତ ଅନେକ ପଦକ୍ଷେପ ନେଇଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୨୦୨୨ ମସିହାରେ ଭାରତରେ ମୁଦ୍ରାସ୍ଫୀତି ହାର ବିଶ୍ୱର ହାରାହାରି ମୁଦ୍ରାସ୍ଫୀତି ହାରଠାରୁ ୨ ପ୍ରତିଶତ କମ ରହିଛି। ଏହା ପରେ ମଧ୍ୟ, ଆମେ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ କ୍ରମାଗତ ଭାବରେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉଛୁ। ଏହା ଅନ୍ତର୍ଗତ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ଏକ ଉତ୍ତମ ଉଦାହରଣ ବୋଲି ସେ କହିଛନ୍ତି।

Share