କ୍ୟୁବା ରାଷ୍ଟ୍ରପତିଙ୍କୁ ଭେଟିଲେ ଇବ୍ରାହିମ ରଇସି; କହିଲେ ‘ଦୁଇ ଦେଶ ଏକାଠି ଆମେରିକାର ସାମ୍ରାଜ୍ୟବାଦୀ ନୀତିକୁ ସମ୍ମୁଖୀନ କରିବୁ’

ହବାନା,୧୬।୬: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲଙ୍କୁ ସାକ୍ଷାତ କରିଛନ୍ତି। କ୍ୟୁବାର ରାଜଧାନୀ ହବାନାରେ ସେମାନେ ପରସ୍ପରକୁ ଭେଟିଛନ୍ତି। ସାକ୍ଷାତକାରେ ଉଭୟ ନେତା ଆମେରିକା ଉପରେ ବର୍ଷିଛନ୍ତି। କ୍ୟୁବା ରାଷ୍ଟ୍ରପତି ମିଗୁଏଲ କହିଛନ୍ତି, ଉଭୟ ଦେଶ ଦୃଢ ପ୍ରତିରୋଧ, ପ୍ରତିବନ୍ଧକ, ଚାପ, ଧମକ, ଅବରୋଧ ଏବଂ ଆମେରିକାର ସାମ୍ରାଜ୍ୟବାଦର ସମ୍ମୁଖୀନ ହୋଇଛନ୍ତି। ଇରାନ ରାଷ୍ଟ୍ରପତିଙ୍କ କ୍ୟୁବା ଗସ୍ତରେ ବହୁ ଚୁକ୍ତିନାମା ସ୍ବାକ୍ଷାରିତ ହୋଇଛି। ଦୁଇ ଦେଶ ମଧ୍ୟରେ ସୀମା ଶୁଳ୍କ, ଟେଲି ଯୋଗାଯୋଗ ଅନେକ ଚୁକ୍ତିନାମା ହୋଇଥିଲା।

ସୂଚନାଯୋଗ୍ୟ, ଆମେରିକା ଏହସ ଦୁଇ ଦେଶ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି। ଏଥିସହ ଦୁଇ ଦେଶ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଆମେରିକା ଅଭିଯୋଗ କରିଛି।

 

Share