Categories: ଖେଳ

ମିଳିମିଶି କଂଗ୍ରେସ ଆଦର୍ଶକୁ ଆହୁରି ମଜଭୁତ କରିବୁ: ସଚିନ ପାଇଲଟ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ରବିବାର ନୂତନ କାର୍ଯ୍ୟ କମିଟି (ସିଡବ୍ଲୁସି) ଗଠନ କରିଛି। ରାଜସ୍ଥାନ କଂଗ୍ରେସର ପୂର୍ବତନ ସଭାପତି ସଚିନ ପାଇଲଟଙ୍କୁ ମଧ୍ୟ ସିଡବ୍ଲୁସିରେ ସ୍ଥାନ ଦିଆଯାଇଛି। ପାଇଲଟ ଟୁଇଟ କରି ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳ କାର୍ଯ୍ୟ କମିଟି ପାଇଁ ମନୋନୀତ ହୋଇଥିବା ୩୯ ଜଣଙ୍କ ତାଲିକାରେ ସଚିନ ପାଇଲଟଙ୍କ ନାମ ସାମିଲ ହୋଇଛି।
କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ର ସଦସ୍ୟ ହୋଇଥିବାରୁ ମୁଁ ସମ୍ମାନିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସିପିପି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଉଛି। ଆମେ ସମସ୍ତେ କଂଗ୍ରେସର ରୀତିନୀତି ଏବଂ ଆଦର୍ଶକୁ ମଜଭୁତ କରିବୁ ଏବଂ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବୁ।

Share