Categories: ଫୁରସତ

୧୦୦ ଫୁଟ୍‌ ଉପରେ ଟଏଲେଟ୍‌

ଲଣ୍ଡନ: ବର୍ତ୍ତମାନ ଲୋକେ ବହୁ ଆଡ୍‌ଭେଞ୍ଚରରେ ଯିବାକୁ ପସନ୍ଦ କରୁଛନ୍ତି। ଲଣ୍ଡନରେ ଏପରି ଏକ ଆଡ୍‌ଭେଞ୍ଚର ଦେଖିବାକୁ ମିଳୁଛି। ଲୋକମାନେ ଟଏଲେଟ୍‌ ଯିବା ସମୟରେ ମଧ୍ୟ ସେହି ଆଡ୍‌ଭେଞ୍ଚରର ମଜା ଉଠାଇପାରିବେ। ତେବେ ଏକ କାଠବାକ୍ସର ଟଏଲେଟ୍‌ ପ୍ରସ୍ତୁତ ହୋଇଛି। ତା’ ମଧ୍ୟରେ ଜଣେ ବ୍ୟକ୍ତି ପଶିବା ପରେ କାଠବାକ୍ସକୁ ଏକ କ୍ରେନ୍‌ ସାହାଯ୍ୟରେ ମାଟିରୁ ୧୦୦ ଫୁଟ ଉପରକୁ ଉଠାଯିବ। ଏହା ଭିତରେ ଥିବା ସମୟରେ ଲଣ୍ଡନର ବାହାର ଦୁନିଆର ଦୃଶ୍ୟର ମଧ୍ୟ ଆନନ୍ଦ ନେଇହେବ। ଏହି ଆଡ୍‌ଭେଞ୍ଚରର ଆନନ୍ଦ ଉଠାଇଥିବା ଜଣେ ମହିଳା ତାଙ୍କ ଅନୁଭବ ବ୍ୟକ୍ତ କରିଛନ୍ତି। ‘ଦି ଲୋ ୱିଥ୍‌ ଏ ଭ୍ୟୁ’ ଟଏଲେଟ୍‌ ଭିତରକୁ ସେ ଯିବା ପରେ କ୍ରେନ୍‌ ସାହାଯ୍ୟରେ ସେହି ଟଏଲେଟ୍‌କୁ ୧୦୦ ଫୁଟ୍‌ ଉପରକୁ ଉଠାଯାଇଥିଲା। ପ୍ରଥମେ ସେହି କାଠବାକ୍ସ ହଲିବାକୁ ଲାଗିଥିଲା। ପରେ ସେ ତା’ ଭିତରୁ ଲଣ୍ଡନ ଆକାଶ ଦୃଶ୍ୟର ମଜା ଉଠାଇଥିବା କହିଛନ୍ତି। ସେଥିରେ ତାଙ୍କୁ ଟିକେ ଡର ଲାଗିବା ସହ ତାହା ତାଙ୍କ ପାଇଁ ରୋମାଞ୍ଚକର ଥିବା କହିଛନ୍ତି।

Share