ବଲାଙ୍ଗୀର ଅଫିସ, ୧୫।୧୨: ବଲାଙ୍ଗୀର ଜିଲାର ପୁଇଁତଲା ବ୍ଲକ ଅନ୍ତର୍ଗତ ପଡ଼ିଆବାହାଲ ଗ୍ରାମରେ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ପାଇଖାନା ଟଙ୍କା ଆତ୍ମସାତ ଅଭିଯୋଗ ଘଟଣାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ଉପଜିଲାପାଳ ଲମ୍ବୋଦର ଧାରୁଆଙ୍କ ଉପସ୍ଥିତରେ ଗ୍ରାମ୍ୟ ଜଳ ଓ ପରିମଳ ମିଶନ ଏସ୍ଡିଓ ସ୍ଥାନୀୟ କୋଶଳ ଟାଓ୍ବାରର ରୁମ ନମ୍ବର ୧୦୨ରେ ଚଢ଼ାଉ କରାଯାଇଛି । ରୁମ ଭିତରକୁ ବିଭାଗୀୟ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଅନେକ କାଗଜପତ୍ର ଜବତ ହୋଇଛି। ସମ୍ପୃକ୍ତ ରୁମଟି ଅନ୍ୟ ଜଣେ ବ୍ୟକ୍ତି ଙ୍କନାମରେ ବୁକ ହୋଇଥିବା ଜଣାପଡ଼ିଛି