Categories: ଫୁରସତ

ଟଏଲେଟ୍‌ ପେପରରେ ରହିଛି ବିପଜ୍ଜନକ ରାସାୟନିକ ଦ୍ରବ୍ୟ

ନୂଆଦିଲ୍ଲୀ: ଆମେ ବ୍ୟବହାର କରୁଥିବା ଟଏଲେଟ୍‌ କାଗଜରେ ରାସାୟନିକ ଦ୍ରବ୍ୟ ରହିଛି, ଯାହା ଆମ ପାଇଁ ବିପଜ୍ଜନକ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବର୍ତ୍ତମାନ ଏହା ଚିନ୍ତାର ବିଷୟ ପାଲଟିଛି। ପରିବେଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଚିଠିରେ ପ୍ରକାଶିତ ଏକ ଖବର ଅନୁସାରେ, ସମଗ୍ର ବିଶ୍ୱରେ ବିକ୍ରି ହେଉଥିବା ପ୍ରମୁଖ ବ୍ରାଣ୍ଡ୍‌ର ଟଏଲେଟ୍‌ ପେପର ସମେତ ସମସ୍ତ ପେପର ପଲିଫ୍ଲୁରୋଆକିଲ୍‌ ସବ୍‌ଷ୍ଟାଣ୍ଡସ୍‌(ପିଏଫ୍‌ଏଏସ୍‌)ର ଅନ୍ୟ ଏକ ଉତ୍ସ ଭାବେ ପରିଣତ ହୋଇଛି। ପିଏଫ୍‌ଏଏସ୍‌ ହେଉଛି ଏପରି ଏକ ରସାୟନିକ ପଦାର୍ଥ, ଯାହା ଆମେରିକାର ପରିବେଶ ସୁରକ୍ଷା ଏଜେନ୍ସି (ଇପିଏ) ସହିତ ଜଡିତ। ଏହି ରାସାୟନିକ ପଦାର୍ଥ ଶରୀର ଅସୁସ୍ଥତା, କ୍ୟାନ୍ସର ଆଶଙ୍କା, ପ୍ରଜନନ କ୍ଷମତା ହ୍ରାସ, ଗର୍ଭବତୀଙ୍କ ଉଚ୍ଚ ରକ୍ତଚାପ ବୃଦ୍ଧି, ହରମୋନ ଅନିୟମିତତା, କୋଲେଷ୍ଟରଲ ଆଶଙ୍କା, ଟିକାକରଣର ପ୍ରଭାବକୁ ହ୍ରାସ କରିଥାଏ। ଜେନେସଭିଲିର ଫ୍ଲୋରିଡ଼ା ୟୁନିଭର୍ସିଟିର ପରିବେଶ ଇଞ୍ଜିନିୟରିଂ ସାଇନ୍ସ ବିଭାଗର ଟିମୋଥି ଟାଇନସେଣ୍ଡଙ୍କ ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ୱର ଉତ୍ତର ଆମେରିକା, ଆଫ୍ରିକା, ଦକ୍ଷିଣ ଓ ମଧ୍ୟ ଆମେରିକା ଏବଂ ପଶ୍ଚିମ ୟୁରୋପରୁ ୪୩ଟି ବିଭିନ୍ନ ପ୍ରକାରର ପିଏଫ୍‌ଏଏସ୍‌ ଯୁକ୍ତ ବ୍ରାଣ୍ଡ୍‌ର ଟଏଲେଟ୍‌ ପେପର ସମେତ ସ୍ବେରେଜର ବର୍ଜ୍ୟଜଳର ନମୁନା ସଂଗ୍ରହ କରାଯାଇଥିଲା। ସଂଗୃହୀତ ଟଏଲେଟ୍‌ ପେପର ଏବଂ ସ୍ବେରେଜ ଜଳରେ ପିଏଫ୍‌ଏଏସ୍‌ର ଏକ ପ୍ରଜାତି ରହିଥିବା ଅଧ୍ୟୟନରୁ ଜଣାପଡିଥିଲା। ସଂଗୃହୀତ ଟଏଲେଟ୍‌ ପେପରରେ ୯୧ ପ୍ରତିଶତ ଏବଂ ସ୍ବେରେଜ ଜଳରେ ୫୪ପ୍ରତିଶତ ପିଏଫ୍‌ଏଏସ୍‌ ମାତ୍ରା ଥିବା ଜଣାପଡିଥିଲା। ଇପିଏ ଏହାକୁ ବିପଜ୍ଜନକ ବୋଲି କହିଛି।

Share