ବାସ୍ତୁ ଅନୁଯାୟୀ କେଉଁ ଦିଗରେ କରିବେ ଶୌଚାଳୟ, ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ରହିବା ଶୁଭ। ତେବେ ଅନ୍ୟ କୌଣସି ଦିଗରେ ଶୌଚାଳୟ ରହିଲେ କ’ଣ ସବୁ ସମସ୍ୟା ଉପୁଜିଥାଏ ଜାଣନ୍ତୁ ସେ ସମ୍ପର୍କରେ…
* କୁହାଯାଏ, ଘରର ପୂର୍ବ ଦିଗରେ ଶୌଚାଳୟ ଥିଲେ ପରିବାର ସଦସ୍ୟଙ୍କୁ ସର୍ବଦା ଥକ୍କାପଣ ଅନୁଭବ ହୋଇଥାଏ। କେବଳ ସେତିକି ନୁହେଁ କ୍ରମେ ସମ୍ପର୍କରେ ମଧ୍ୟ ତିକ୍ତତା ଆସେ ବୋଲି ବିଶ୍ୱାସ ରହିଛି।

* ସେହିପରି ଉତ୍ତର ଦିଗରେ ଶୌଚାଳୟ ରହିବା ବି ଠିକ୍‌ ନୁହେଁ। କୁହାଯାଏ, ଏହି ଦିଗରେ ଶୌଚାଳୟ ରହିଲେ ପରିବାର ସଦସ୍ୟଙ୍କ ରୋଜଗାର ଉପରେ ଏହାର କୁ-ପ୍ରଭାବ ପଡ଼ିଥାଏ। ଧନହାନି ହେବାର ଆଶଙ୍କା ଦେଖାଦେଇଥାଏ।

*ଶୌଚାଳୟ ପାଇଁ ଉତ୍ତର-ପୂର୍ବ କୋଣ ମଧ୍ୟ ଠିକ୍‌ ନୁହେଁ। ଏହାର ପ୍ରଭାବ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।

* ତେବେ ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ଗଢିହେବ କିନ୍ତୁ ପଶ୍ଚିମ ଦିଗରେ ଶୌଚାଳୟ ରହିବା ବି ଆଦୌ ଭଲ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହାଦ୍ୱାରା ଘରେ ଅଶାନ୍ତି ଉପୁଜିଥାଏ ବୋଲି ବିଶ୍ୱାସ ରହିଛି।

*ଏଥିସହିତ ଧ୍ୟାନ ରଖିବେ, ଶୌଚାଳୟ ଯେମିତି ରୋଷେଇ ଘରର ସମ୍ମୁଖରେ ନ ଥିବ, କାରଣ ଏହାଦ୍ୱାରା ଘରେ ଅଭାବ ଅନଟନ ଲାଗି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।