ଟୋକିଓ,୨୦।୭: ଟୋକିଓ ଅଲିମ୍ପିକ୍ସର ବ୍ୟାଡମିଣ୍ଟନ କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ପରାସ୍ତ କରିଛନ୍ତି। ଏହା ସହ ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ସ୍ବର୍ଣ୍ଣ ପଦକଠାରୁ ମାତ୍ର ସେ ଦୁଇ ପାଦ ଦୂରରେ ଅଛନ୍ତି। ପିଭି ସିନ୍ଧୁ ସେମିଫାଇନାଲରେ ତାଇ ଟୁଜୁ ୟିଙ୍ଗ କିମ୍ବା ରତ୍ନାଚୋକ ଇଣ୍ଟାନେନଙ୍କୁ ଭେଟିବେ। ଚତୁର୍ଥ କ୍ୱାର୍ଟର ଫାଇନାଲ ତାଇୱାନର ତାଇ ଟୁଜୁ ଏବଂ ଥାଇଲାଣ୍ଡର ଇଣ୍ଟାନେନଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି।