ଟୋକିଓ,୨।୮: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ସେମିଫାଇନାଲରେ ପହଞ୍ଚିଛି। ଭାରତୀୟ ପୁରୁଷ ଟିମ କ୍ୱାଟର୍ର୍ ଫାଇନାଲରେ ଗ୍ରେଟ ବ୍ରିଟେନକୁ ୩-୧ ଗୋଲରେ ହରାଇ ଅନ୍ତିମ-୪ ଟିକେଟ କାଟିଛି। ଏଥିସହ ଭାରତ ୪୯ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ସ୍ଥାନ ହାସଲ କରିଛି। ଭାରତୀୟ ଦଳର ଏପରି ସଫଳତାରେ ଦେଶବାସୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ମ୍ୟାଚ୍ ପାଇଁ ହୀନ୍ଦିରେ କମେଣ୍ଟ୍ରି କରୁଥିବା ଦୁଇ ଭାଷ୍ୟକାର ସିଦ୍ଧାର୍ଥ ପାଣ୍ଡ୍ୟା ଓ ସୁନୀଲ ତନେଜା ଏତେ ଭାବବିହ୍ବଳ ହୋଇପଡିଥିଲେ ଯେ, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ଇତିହାସ ରଚିଥିବା କହି କାନ୍ଦି ପକାଇଥିଲେ। ଏହି ଦୁଇ ଭାଷ୍ୟକାରଙ୍କ ଆଖିରୁ ଲୁହ ବୋହି ଆସିଥିଲା ଏବଂ ଖୁସିରେ କଣ୍ଠରୋଧ ହୋଇଯାଉଥିଲା। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Emotions…
जैसे ही भारतीय हॉकी टीम ने ग्रेट ब्रिटेन को हराया, सोनी स्पोर्ट्स इंडिया के लिए कमेंट्री कर रहे सुनील तनेजा और सिद्धार्थ पांडेय स्टूडियो में रोने लगे। ये आंसू जीत की खुशी के हैं।#Olympics #HockeyIndia #tokyo #olympics2021 #olympicsinhindi pic.twitter.com/5daedJ8MGv
— Bhadohi Wallah (@Mithileshdhar) August 1, 2021
୧୯୭୨ରେ ମ୍ୟୁନିକ ଅଲିମ୍ପିକ୍ସରେ ଭାରତ ଶେଷଥର ଲାଗି ସେମିଫାଇନାଲରେ ପହଞ୍ଚିଥିଲା ଏବଂ ବ୍ରୋଞ୍ଜ ପଦକ ଜିତିଥିଲା। ତେବେ ଶେଷଥର ଲାଗି ଭାରତ ୧୯୮୦ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହା ପରଠାରୁ ଭାରତ ହକିରେ ଲଗାତର ନିରାଶ କରିଥିଲା। ଏବେ ଭାରତ ପାଖରେ ୪୧ ବର୍ଷ ପରେ ପଦକ ଜିତିବାର ଭଲ ସୁଯୋଗ ରହିଛି। ସେମିଫାଇନାଲରେ ଭାରତର ସାମ୍ନା ବେଲଜିୟମ ସହ ହେବ। ଏହି ମ୍ୟାଚ ବୁଧବାର ଖେଳାଯିବ।