Categories: ଖେଳ

ସେମିରେ ହାରିବା ପରେ ବ୍ରୋଞ୍ଜ ପାଇଁ ଲଢିବେ ସିନ୍ଧୁ

ଟୋକିଓ,୩୧।୭: ଟୋକିଓ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଭାରତ ପାଇଁ ଆସିଛି ନିରାଶ ଖବର। ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି ପିଭି ସିନ୍ଧୁ। ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ।

ଖେଳାଯାଇଥିବା ସେମିଫାଇନାଲ ପ୍ରଥମରୁ ଦମଦାର ପ୍ରଦର୍ଶନ କରିଥିଲେ ସିନ୍ଧୁ । ପ୍ରଥମ ସେଟରେ ଆଗୁଆ ୧୮ ପଏଣ୍ଟ ହାସଲ କରିଥିଲେ। ଶେଷରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିଲେ ଚୀନର ତାଇ ଜୁ-ୟିଙ୍ଗ । ୧୮-୨୧, ୧୧-୨୧ ୨ ଟି ସେଟରେ ପରାଜିତ ହୋଇଛନ୍ତି ସିନ୍ଧୁ । ତଥାପି ପଦକ ଆଶା ମଉଳି ନାହିଁ । ସେମିଫାଇନାଲରେ ହାରିବା ପରେ ବ୍ରୋଞ୍ଜ ପଦକ ପାଇଁ ଲଢିବେ ସିନ୍ଧୁ।

Share