ବଲିଉଡ୍‌ ଛାଡ଼ିବାର କାରଣ କହିଲେ ଦେଶୀଗର୍ଲ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କିଛିଦିନ ହେବ ବେଶ୍‌ ଚର୍ଚ୍ଚାରେ ରହି ଆସୁଛନ୍ତି। ବଲିଉଡ୍‌ରେ ରାଜନୀତି ଯୋଗୁ ତାଙ୍କୁ ବଲିଉଡ୍‌ ଛାଡିବାକୁ ପଡ଼ିଲା ବୋଲି ନିକଟରେ ପ୍ରକାଶ କରିଛନ୍ତି। ଏହି କାରଣରୁ ସେ ହଲିଉଡ୍‌ ଆଡକୁ ମୁହାଁଇଲେ। ଏହା ସହିତ ସେ ବଲିଉଡ୍‌କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ବାହାର ଲୋକଙ୍କୁ ମଧ୍ୟ ଏକ ସୁଯୋଗ ମିଳିବା ଉଚିତ ଏବଂ ଯୋଗ୍ୟତା ଆଧାରରେ କାଷ୍ଟିଂ କରାଯିବା ଉଚିତ। ସେ କହିଛନ୍ତି, ଗତ ୫-୬ ବର୍ଷ ମଧ୍ୟରେ କିଛି ପରିବର୍ତ୍ତନ ଆସିଛି। ଆଜିକାଲି ପ୍ରିୟଙ୍କା ତାଙ୍କର ଆଗାମୀ ଓ୍ବେବ୍‌ ସିରିଜ ‘ସିଟାଡେଲ’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।

ଅତୀତରେ ଯେତେବେଳେ ପ୍ରିୟଙ୍କା ଭାରତ ଆସିଥିଲେ, ସେତେବେଳେ ସେ ଏହି ଓ୍ବେବ୍‌ ସିରିଜ୍‌ର ପ୍ରମୋଶନ କରିଥିଲେ। ସେ କହିଛନ୍ତି, ଯାହା ପ୍ରତ୍ୟେକ ପୁରୁଷ ଏବଂ ମହିଳାଙ୍କ ଦୃଷ୍ଟିରେ ତାଙ୍କ ସମ୍ମାନ ବୃଦ୍ଧି କରିବ। ବାସ୍ତବରେ, ପ୍ରିୟଙ୍କା ପୁରୁଷଙ୍କ ପରିବର୍ତ୍ତିତ ଆଚରଣ ଏବଂ ମହିଳାମାନଙ୍କୁ ଆଗକୁ ଆସିବାକୁ ସୁଯୋଗ ଦେବା ଏବଂ ପୁରୁଷମାନେ ମହିଳାଙ୍କୁ ସମର୍ଥନ କରିବା ବିଷୟରେ କହିଚନ୍ତି।

ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି, ମୋ ଜୀବନରେ ଏମିତି ପୁରୁଷ ଅଛନ୍ତି, ଯିଏ ମୋର ସଫଳତାରେ ଅସୁରକ୍ଷିତ ହୋଇନାହାନ୍ତି। କିଛି ପୁରୁଷ ଅଛନ୍ତି ଯେଉଁମାନେ ମୋ’ ସଫଳତା ସହିତ ନିଜକୁ ଅସୁରକ୍ଷିତ ମନେ କରୁଥିଲେ। ମୁଁ ଭାବୁଛି ପୁରୁଷମାନେ ପରିବାରର ମୁଖ୍ୟ, ରୋଜଗାର କରୁଥିବା ସଦସ୍ୟ ହେବାର ସ୍ବାଧୀନତାକୁ ଉପଭୋଗ କରିଛନ୍ତି।

Share