ହାଇଦ୍ରାବାଦ, ୨୪ା୫: ଜଣେ ଆଇପିଏସ୍ ଅଫିସରଙ୍କ କାର୍ ଭଙ୍ଗାରୁଜା ଅଭିଯୋଗରେ ଟଲିଉଡ୍ ଅଭିନେତ୍ରୀ ଡିମ୍ପଲ ହାୟାଥି ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଡିସିପି (ଟ୍ରାଫିକ୍-୧) ରାହୁଲ ହେଗ୍ଡେ ତାଙ୍କ କାର୍କୁ ଜୁବିଲି ହିଲ୍ସ ସ୍ଥିତ ଆପାର୍ଟମେଣ୍ଟର ଅଣ୍ଡରଗ୍ରାଉଣ୍ଡ ପାର୍କିିଂ ସ୍ଥାନରେ ରଖିଥିବାବେଳେ ଡିମ୍ପଲ ଓ ତାଙ୍କ ପୁରୁଷ ବନ୍ଧୁ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଡିସିପିଙ୍କ ଡ୍ରାଇଭର ଥାନାରେ ଏତଲା ଦେଇଥିଲେ। କାର୍ ରଖିବା ସମୟରେ ବାରମ୍ବାର ଜାକ୍ଲିନ୍ ଓ ତାଙ୍କ ପୁରୁଷ ବନ୍ଧୁ ରାସ୍ତା ଅବରୋଧ କରୁଥିଲେ। ସେମାନେ ଗାଡ଼ି କାଢ଼ିବା ବେଳେ ଜାଣିଶୁଣି ଡିସିପିଙ୍କ କାର୍ରେ ପିଟି କ୍ଷତିଗ୍ରସ୍ତ କରିଥିବା ଡ୍ରାଇଭର କହିଛନ୍ତି।