କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନର ବର୍ବରତା ବେଳକୁ ବେଳ ବଢିବାରେ ଲାଗିଛି । ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ସେଠାକାର ସବୁଠାରୁ ବଡ ମିଡିଆ ଏଜେନ୍ସି ଟୋଲୋ ନ୍ୟୁଜର ଖବରଦାତାଙ୍କୁ ତାଲିବାନ ହତ୍ୟା କରିଛି । ତାଙ୍କ ସହ ଥିବା କ୍ୟାମେରାମ୍ୟାନଙ୍କୁ ପିଟିବା ଯୋଗୁ ସେ ଗୁରୁତର ଥିବା ସୂଚନା ମିଳିଛି । ଯେଉଁ ଖବରଦାତାଙ୍କୁ ହତ୍ୟା କରାଯାଇଛି ତାଙ୍କର ନାଁ ହେଲା ଜିୟାର ଖାଁ ୟାଦ । ମିଳିଥିବା ସୂଚନାରୁ ଜଣାପଡିଛି କି ବୁଧବାର କାବୁଲର ହାଜି ୟାକୁବ ରାସ୍ତାରେ ଆଫଗାନିସ୍ତାନରେ ଫସି ରହିଥିବା ଗରିବ ଓ ବେକାରୀଙ୍କ ଉପରେ ସେ ରିପୋର୍ଟିଂ କରୁଥିଲେ ସେତେବେଳେ ତାଲିବାନର କିଛି ଲୋକ ତାଙ୍କୁ ଧରିନେଇ ବାଡେଇଥିଲେ ।