ସ୍ପେସ୍‌ଓ୍ବାକ୍‌ କରିବେ ଟମ୍‌ କ୍ରୁଶ୍‌

ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁଶ୍‌(୬୦) ଏବେ ତାଙ୍କ ପ୍ରଶଂସକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ନିଜ ଆକ୍ସନ ପାଇଁ ପ୍ରସିଦ୍ଧ ଏହି ଅଭନେତା ନିଜ ଆଗାମୀ ଫିଲ୍ମ ପାଇଁ ଅର୍ନ୍ତଜାତୀୟ ସ୍ପେସ୍‌ ଷ୍ଟେଶନ ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେଠାରେ ‘ନାଇଟ୍‌ ଆଣ୍ଡ୍‌ ଡେ’ର ଏହି ଅଭିନେତା ସ୍ପେସ୍‌ ଓ୍ବାକ୍‌ କରିବେ। ଏପରି କରିବାରେ ସେ ପ୍ରଥମ ନାଗରିକ ତଥା ପ୍ରଥମ ଅଭିନେତା ହେବେ ବୋଲି କୁହାଯାଉଛି। ୟୁନିଭର୍ସାଲ ଷ୍ଟୁଡିଓର ଚେୟାରପର୍ସନ ଡାମେ ଡୋନା ଏକ ସାକ୍ଷାତ୍‌କାରରେ ଏହି ସୂଚନା ଦେଇଛନ୍ତି। ଡୋନା ଟମ କ୍ରୁଜଙ୍କ ଚରିତ୍ର ବିଷୟରେ ମଧ୍ୟ କିଛି ପ୍ରକାଶ କରିଛନ୍ତ। ଟମ୍‌ ଫିଲ୍ମରେ ଜଣେ ଏପରି ବ୍ୟକ୍ତି ଭୂମିକାରେ ଅଭିନୟ କରିବେ ଯିଏ କି ଏକ ଅଜବ ପରିସ୍ଥିତିରେ ଫସିଛନ୍ତି। ପୃଥିବୀକୁ ବିନାଶରୁ ରୋକିବାକୁ ସେ ହିଁ ଜଣେ ମାତ୍ର ବ୍ୟକ୍ତି ହୋଇଥିବାବେଳେ ସେ କିପରି ଏହି କାର୍ଯ୍ୟ କରୁଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିବ।

Share