ସ୍ପେସ୍‌ଓ୍ବାକ୍‌ କରିବେ ଟମ୍‌ କ୍ରୁଶ୍‌

ଓ୍ବାଶିଂଟନ୍‌, ୧୦ା୧୦: ପୃଥିବୀରେ ଅନେକ ରିଅଲ୍‌ ଷ୍ଟଣ୍ଟ୍‌ ଦେଖାଇସାରିଥିବା ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁଶ୍‌ (୬୦) ଏବେ ତାଙ୍କ ପ୍ରଶଂସକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ନିଜ ଆକ୍ସନ ପାଇଁ ପ୍ରସିଦ୍ଧ ଏହି ଅଭନେତା ନିଜ ଆଗାମୀ ଫିଲ୍ମ ପାଇଁ ଅର୍ନ୍ତଜାତୀୟ ସ୍ପେସ୍‌ ଷ୍ଟେଶନ ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେଠାରେ ସେ ସ୍ପେସ୍‌ ଓ୍ବାକ୍‌ କରିବେ। ଏପରି କରିବାରେ ଟମ୍‌ ପ୍ରଥମ ନାଗରିକ ତଥା ପ୍ରଥମ ଅଭିନେତା ହେବେ ବୋଲି କୁହାଯାଉଛି। ୟୁନିଭର୍ସାଲ ଷ୍ଟୁଡିଓର ଚେୟାରପର୍ସନ ଡାମେ ଡୋନା ଏକ ସାକ୍ଷାତ୍‌କାରରେ ଏହି ସୂଚନା ଦେଇଛନ୍ତି। ଟମ୍‌ ଫିଲ୍ମରେ ଜଣେ ସୁପରହିରୋ ଭୂମିକାରେ ନଜର ଆସିବେ ବୋଲି ଡୋନା କହିଛନ୍ତି।

Share