Categories: ଖେଳ

ଭାରତର ଲଜ୍ଜାଜନକ ପରାଜୟ: ବାଜି ପଲଟାଇଲେ ହାର୍ଟଲେ

ହାଇଦ୍ରାବାଦ୍‌,୨୮।୧: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ୨୩୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୨୦୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ବିଜୟର ହିରୋ ଥିଲେ ଟମ ହାର୍ଟଲେ। ସେ ମୋଟ ୭ଟି ଉଇକେଟ୍‌ ନେଇଥିଲେ। ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୪୩୬ ରନ ସ୍କୋର କରି ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୪୨୦ ରନ ସଂଗ୍ରହ କରି ଭାରତକୁ ୨୩୧ ରନର ବିଜୟ ଲକ୍ଷ୍ୟ ଲକ୍ଷ୍ୟ ଦେଇଥିଲା।
ଏହି ମ୍ୟାଚ୍‌ର ଚତୁର୍ଥ ଦିନର ଆରମ୍ଭ ପର୍ଯ୍ୟନ୍ତ ଭାରତୀୟ ଦଳ ଦୃଢ ସ୍ଥିତିରେ ଥିଲା, କିନ୍ତୁ ଶେଷ ଦିନରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ ଜିତିଥିଲା। ୧୯୦ ରନ ପଛରେ ରହିବା ପରେ ମଧ୍ୟ ଇଂଲଣ୍ଡ ଏହି ମ୍ୟାଚ ଜିତିଥିଲା। ଇଂଲଣ୍ଡର ଏହି ଐତିହାସିକ ବିଜୟର ସ୍ଥପତି ଥିଲେ ଓଲି ପୋପ ଏବଂ ହାର୍ଟଲେ। ପୋପ ଦ୍ୱିତୀୟ ଇନିଂସରେ ୧୯୬ ରନ ସଂଗ୍ରହ କରିଥିଲେ ଏବଂ ଦ୍ୱିତୀୟ ଇନିଂସରେ ହାର୍ଟଲେ ୭ଟି ଉଇକେଟ ନେଇଥିଲେ। ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ୍‌ରେ ହାରି ଯାଇଥିଲା।
ଇଂଲଣ୍ଡ ଟସ ଜିତି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ପ୍ରଥମ ଇନିଂସରେ ୨୪୬ ରନ ସ୍କୋର କରିଥିଲା। ଏହାର ଜବାବରେ ଭାରତ ୪୩୬ ରନ ସଂଗ୍ରହ କରି ୧୯୦ ରନ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୪୨୦ ରନ ସଂଗ୍ରହ କରି ଭାରତ ପାଇଁ ୨୩୧ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ୨୦୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। କ୍ୟାପଟେନ ରୋହିତ ଶର୍ମା ସର୍ବାଧିକ ୩୯ ରନ ସଂଗ୍ରହ କରିଥିଲେ। ଅଶ୍ୱିନ ଏବଂ ଭରତ ପ୍ରତ୍ୟେକ ୨୮ ରନ ସହ ଦଳର ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିଲେ।

Share