Advertisement
Categories: ଜାତୀୟ

ଜବାବ ଅପେକ୍ଷାରେ ତୋମାର

ନୂଆଦିଲ୍ଲୀ, ୨୫।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କ ସହ ଆଲୋଚନା ପୁନର୍ବାର ଆରମ୍ଭ କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ତେବେ ସରକାର ଦେଇଥିବା ପ୍ରସ୍ତାବ ଉପରେ ସେମାନଙ୍କଠାରୁ ଜବାବ ମିଳିବା ଆବଶ୍ୟକ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବୁଧବାର କହିଛନ୍ତି। ଏହି ଆଇନକୁ ଦେଢ଼ବର୍ଷ ସ୍ଥଗିତ ରଖିବା ଏବଂ ଯୁଗ୍ମ କମିଟି ଜରିଆରେ ମତପାର୍ଥକ୍ୟ ଦୂର କରିବା ଲାଗି ସରକାର ପୂର୍ବରୁ କୃଷକ ସଂଗଠନଗୁଡ଼ିକୁ ପ୍ରସ୍ତାବ ଦେଇଥିଲେ।
ଦିଲ୍ଲୀ ସୀମାରେ ୩ ମାସ ହେଲା କୃଷକମାନେ ଆନ୍ଦୋଳନ ଚଳାଇଥିବାବେଳେ ସରକାରଙ୍କ ସହ ୧୧ ଥର ଆଲୋଚନା ହୋଇଛି। ଶେଷ ଥର ଜାନୁୟାରୀ ୨୨ରେ ସରକାର ଓ କୃଷକ ନେତାଙ୍କ ମଧ୍ୟରେ ବୈଠକ ବସିଥିଲା। ଚାଷୀମାନେ ୩ ବିବାଦୀୟ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଡ଼ିବସିଥିବାରୁ ଅଚଳାବସ୍ଥାର ସମାଧାନ ହୋଇପାରି ନ ଥିଲା। ଜାନୁୟାରୀ ୨୬ ଟ୍ରାକ୍ଟର ରାଲି ହିଂସାକାଣ୍ଡ ପରେ ଆଲୋଚନା ବନ୍ଦ ରହିଥିଲା। କୃଷି ଆଇନ ପ୍ରତ୍ୟାହାର ନ ହେଲେ ୪୦ ଲକ୍ଷ ଟ୍ରାକ୍ଟର ନେଇ ପାର୍ଲାମେଣ୍ଟ ଘେରାଉ କରାଯିବ ବୋଲି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ମଙ୍ଗଳବାର ଚେତାବନୀ ଦେବା ପରେ ତୋମାର ଉପରୋକ୍ତ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share