ଭୁବନେଶ୍ବର,୨୦।୫(ବ୍ୟୁରୋ) : ‘ଟମାଟୋ ଫ୍ଲୁ’କୁ ନେଇ ଆଗୁଆ ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ରାଜ୍ୟର ଶିଶୁରୋଗ ବିଶେଜ୍ଞମାନଙ୍କ ସହିତ ଗୁରୁବାର ଏ ସଂପର୍କରେ ଆଲୋଚନା କରାଯାଇଥିଲା। ତେବେ ଯେଉଁ ଶିଶୁମାନେ ଏଥିରେ ଆକ୍ରାନ୍ତ ହେବେ ଦେମାନଙ୍କର ନମୁନା ପଠାଇବାକୁ ଜିଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କିଭଳି ଢଙ୍ଗରେ ନମୁନା ସଂଗ୍ରହ କରାଯିବ ସେନେଇ ଏକ ସବିଶେଷ ଗାଇଡ୍ଲାଇନ ଖୁବଶୀଘ୍ର ଜାରି କରାଯିବ ବୋଲି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।