ଆବଶ୍ୟକ ସାମଗ୍ରୀ: ୬ଟି ମଧ୍ୟମ ଆକାରର ଟମାଟୋ, ୪ଟି ପାଳଙ୍ଗ ଶାଗ, ୧ଟି ମ୍ୟାଗି ସ୍ଲାଇସ୍, ୧ଟି ମଧ୍ୟମ ଆକାରର ଗାଜର, ୬ କପ୍ ପାଣି, ୧/୪ ଟିସ୍ପୁନ୍ ଗୋଲମରିଚ ଗୁଣ୍ଡ, କଳା ଲୁଣ ଅଧା ଟିସ୍ପୁନ୍, ମ୍ୟାଗି ମସଲା ୧ ଟିସ୍ପୁନ୍।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମ୍ୟାଗିକୁ ସିଝାଇ ଏକ ଛଣାରେ କାଢି ରଖନ୍ତୁ। ଗାଜର, ପାଳଙ୍ଗ ଏବଂ ଟମାଟୋକୁ ୨ କପ୍ ପାଣି ଦେଇ ପ୍ରେସର କୁକରରେ ସିଝାଇ ଦିଅନ୍ତୁ। ଦୁଇଟି ହ୍ବିସିଲ୍ ପରେ ଏହାକୁ କାଢି ଥଣ୍ଡା କରି ଗ୍ରାଇଣ୍ଡ କରିଦିଅନ୍ତୁ। ଏହାକୁ ଏକ ଛଣାରେ ଛାଣି ଖଦଡ଼ା ଅଂଶ କାଢି ଦିଅନ୍ତୁ। ବର୍ତ୍ତମାନ ଚୁଲାରେ ଏକ ପ୍ୟାନ୍ ବସାଇ ଉକ୍ତ ବଟା ମିଶ୍ରଣକୁ ପକାନ୍ତୁ। ସେଥିରେ ଛଣା ହୋଇଥିବା ମ୍ୟାଗି, କଳା ଲୁଣ, ମ୍ୟାଗି ମସଲା ଏବଂ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଫୁଟେଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ୬ ଜଣଙ୍କ ଲାଗି ଟମାଟୋ ମ୍ୟାଗି ସୁପ୍। ଶୀତ ଦିନେ ଏହାକୁ ପିଇବା ସହ ଅନ୍ୟମାନଙ୍କୁ ବି ପିଆଇବାର ମଜା ନିଅନ୍ତୁ।