ରାଜଧାନୀରେ ଟମାଟୋ ଦର ଆକାଶଛୁଆଁ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ପାଇଁ ଏହା କଷ୍ଟକର ହୋଇ ପଡ଼ିଛି। ଏପଟେ ଟମାଟୋ ମୂଲ୍ୟ କିଲୋ ପିଛା ୮୦ ଟଙ୍କା ଛୁଇଁଛି। ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କାରେ ବିକ୍ରି ହେଉଛି।
ସୂଚନାନୁସାରେ, ଦେଶରେ ଦୀର୍ଘ ଦିନର ମୌସୁମୀ ବର୍ଷା ଯୋଗୁ ଟମାଟୋ ଫସଲ ନଷ୍ଟ ହୋଇଯାଇଥିଲା। ଯାହା ଫଳରେ ସ୍ଥାନୀୟ ବଜାରକୁ ସ୍ବଳ୍ପ ଯୋଗାଣ ହୋଇଥିଲା। ସ୍ବଳ୍ପ ଯୋଗାଣ ଯୋଗୁ ଏହାର ମୂଲ୍ୟରେ ବୃଦ୍ଧି ଘଟିବାରେ ଲାଗିଛି।

Share