ଭୁବନେଶ୍ୱର,୧୩।୫(ବ୍ୟୁରୋ): ଟମାଟୋ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ଟମାଟୋ କିଲୋ ୧୦୦ ଟଙ୍କା ଅତିକ୍ରମ କରିଛି । ବଜାରରେ ଏହା ୧୦୦ରୁ ୧୨୦ରେ ବିକ୍ରି ହେଉଛି। ଏ ନେଇ ଗ୍ରାହାକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଲେମ୍ବୁ ପରେ ଟମାଟୋ ଦର ବଢ଼ିବାରୁ ସାଧାରଣ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଶୁକ୍ରବାର ଭୁବନେଶ୍ୱର ୧ ନମ୍ବର ମାର୍କେଟ ଓ କଟକ ଛତ୍ରବଜାରରେ ଟମାଟୋ କେଜି ୧୦୦ରୁ ୧୧୦ ଟଙ୍କାରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ଟମାଟୋ ସାଧାରଣତଃ ନାସିକ ଓ ରାୟପୁରରୁ ଆସିଥାଏ । ତେବେ ବାତ୍ୟା ଭୟରେ ଭୁବନେଶ୍ୱରକୁ ଯୋଗାଣ ବନ୍ଦ ହୋଇଥିବାରୁ ଦର ବଢିଥିବା କୁହାଯାଉଛି ।