୧୦-୧୫ ଦିନରେ କମିବ ଟମାଟୋ ଦର, କିଲୋପିଛା ଦାମ ୧୧୨ ଟଙ୍କା ଛୁଇଁଲା…

ନୂଆଦିଲ୍ଲୀ,୨୮।୬ : ଦେଶରେ ଟମାଟୋ ମୂଲ୍ୟରେ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଦେଶର ଅନେକ ସହରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଟମାଟୋର ମୂଲ୍ୟ ବୁଧବାର ୧୧୨ ଟଙ୍କା ଛୁଇଁଛି। ଏହାର ଦାମ ବୃଦ୍ଧି ଲୋକଙ୍କ ବଜେଟ ସହିତ ସେମାନଙ୍କର ସ୍ବାଦକୁ ପ୍ରଭାବିତ କରିଛି। ଖାଦ୍ୟ ପ୍ଲେଟରୁ ଟମାଟୋର ଉଭେଇ ଯିବାରେ ଲାଗିଛି।
ଏଥି ସହିତ ଟମାଟୋ ମୂଲ୍ୟ ବୃଦ୍ଧିକୁ ଅସ୍ଥାୟୀ ଏବଂ ପାଣିପାଗ ସମ୍ବନ୍ଧୀୟ ବୋଲି ସରକାର କହିଛନ୍ତି ଏବଂ ମୂଲ୍ୟ ହ୍ରାସ ପାଇବ ବୋଲି ମଧ୍ୟ କହିଛନ୍ତି। ଗ୍ରାହକ ବ୍ୟାପାର ବିଭାଗର ସଚିବ ରୋହିତ କୁମାର ସିଂ କହିଛନ୍ତି ଟମାଟୋ ଦର ବୃଦ୍ଧି ଏକ ସ୍ଥାୟୀ ସମସ୍ୟା। ଦେଶରେ ଏହା ପ୍ରଥମ ଘଟଣା ନୁହେଁ। ଏହି ପ୍ରକାର ସମସ୍ୟା ପ୍ରତିବର୍ଷ ଦେଖାଯାଏ।
ବାସ୍ତବରେ, ଟମାଟୋ ଏପରି ଏକ ପରିବା, ଯାହା ଅତି ଶୀଘ୍ର ନଷ୍ଟ ହୋଇଯାଏ। ବର୍ଷା ଯୋଗୁଁ ଏହାର ପରିବହନ ପ୍ରଭାବିତ ହୋଇଛି। ଆଗାମୀ ଦିନରେ ଟମାଟୋର ମୂଲ୍ୟ ହ୍ରାସ ପାଇବ ବୋଲି ରୋହିତ କୁମାର ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ରାଜଧାନୀ ଦିଲ୍ଲୀକୁ ହିମାଚଳ ପ୍ରଦେଶ ଏବଂ ସୋଲାନରୁ ଖୁବ ଶୀଘ୍ର ତାଜା ଯୋଗାଣ ଆରମ୍ଭ ହେବାକୁ ଯାଉଛି, ଯେଉଁଥିପାଇଁ ଟମାଟୋ ମୂଲ୍ୟ ନିୟନ୍ତ୍ରଣରେ ଦେଖାଯିବ। ଏଥିପାଇଁ ସେ ୧୦ରୁ ୧୫ ଦିନ ସମୟ ଲାଗିବ। ତେବେ ଏ ସମ୍ପର୍କରେ ରାଜ୍ୟ ସ୍ତରରେ ଉଦ୍ୟମ ଚାଲିଛି। ତାମିଲନାଡୁ ସମବାୟ ସମିତି, ଖାଦ୍ୟ ଏବଂ ଉପଭୋକ୍ତା ସୁରକ୍ଷା ବିଭାଗ ମନ୍ତ୍ରୀ ପେରିଆକୁରୁପନ କହିଛନ୍ତି ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କୁ ଟମାଟୋ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ତାମିଲନାଡୁର ଫାର୍ମ ଫ୍ରେସ ଆଉଟଲେଟରେ ଟମାଟୋ ବିକ୍ରି ହେବ। ଟମାଟୋ ଫାର୍ମ ଫ୍ରେସ ଆଉଟଲେଟରେ କିଲୋଗ୍ରାମ ପିଛା ୬୮ ଟଙ୍କାରେ ବିକ୍ରି ହେବ । ଟମାଟୋକୁ ଫାର୍ମ ଫ୍ରେସ ଆଉଟଲେଟରେ କିଲୋଗ୍ରାମ ପିଛା ୬୦ ଟଙ୍କାରେ ବିକ୍ରି କରିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି ।

Share