ନୂଆଦିଲ୍ଲୀ,୧୭।୧୦: ଦିନକୁ ଦିନ ଅନେକ ସାମଗ୍ରୀର ଦର ଆକାଶ ଛୁଆଁ ହେବାରେ ଲାଗିଛି। ପେଟ୍ରୋଲ,ଡିଜେଲ, ଇନ୍ଧନ ଗ୍ୟାସ ପରି ଏବେ ଟମାଟୋ ଓ ପିଆଜର ଦର ମଧ୍ୟ ବୃଦ୍ଧି ପାଇଛି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍ ଅନୁସାରେ ଟମାଟୋର ମୂଲ୍ୟ ୧୧୦.୫ ରହିଛି। ସୂଚନାନୁସାରେ, ପାଞ୍ଚ ଦିନ ପୂର୍ବରୁ ଏକ କିଲୋଗ୍ରାମ ଟମାଟୋର ଦର ମାତ୍ର ୩୯ଟଙ୍କା ଥିଲା। ସେହିପରି ପିଆଜର ମୂଲ୍ୟ ମଧ୍ୟ ୫ପ୍ରତିଶତ ବଢ଼ି ୪୦.୧୫ଟଙ୍କା ହୋଇଛି। ତେବେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ଦେଉଥିବାରୁ ଏହାର ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି।