Categories: ଜାତୀୟ

୨୫୦ ଟଙ୍କାରେ ପହଞ୍ଚିଲା ଟମାଟର

ନୂଆଦିଲ୍ଲୀ,୭।୭: ସମଗ୍ର ଦେଶରେ ଟମାଟର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଟମାଟର ବର୍ତ୍ତମାନ ଉତ୍ତରଖଣ୍ଡର ଗଙ୍ଗୋତ୍ରି ଧାମରେ କିଲୋ ପିଛା ୨୫୦ ଟଙ୍କା ଏବଂ ଉତ୍ତରକାଷୀ ଜିଲାରେ କିଲୋ ପିଛା ୧୮୦ ରୁ ୨୦୦ ଟଙ୍କା ବିକ୍ରି ହେଉଛି।
ଟମାଟର ଉତ୍ପାଦିତ ଅଞ୍ଚଳରେ ପ୍ରଚଣ୍ଡ ଉତ୍ତାପ ସହ ପ୍ରବଳ ବର୍ଷା ଯୋଗୁ ଯୋଗାଣ ବ୍ୟାହତ ହୋଇଛି। ଟମାଟର ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ରହେ ନାହିଁ, ଅର୍ଥାତ୍‌ ଏହା ଅନ୍ୟ ପନିପରିବା ଅପେକ୍ଷା ଶୀଘ୍ର ନଷ୍ଟ ହୋଇଯାଏ। ଟମାଟର ମୂଲ୍ୟ ବୃଦ୍ଧି ହେବାର ଏହା ଅନ୍ୟତମ କାରଣ ବୋଲି ଜଣାପଡିଛି।
କ୍ରମାଗତ ଭାବେ ବଢୁଥିବା ଟମାଟୋ ମୂଲ୍ୟର ଅନୁଭବ କରି ତାମିଲନାଡୁ ସରକାର ଗ୍ରାହକଙ୍କୁ ଆରାମ ଯୋଗାଇବା ପାଇଁ ରାଜଧାନୀ ଚେନ୍ନାଇର ରାଶନ ଦୋକାନରେ କିଲୋଗ୍ରାମ ପିଛା ୬୦ ଟଙ୍କା ସବସିଡି ମୂଲ୍ୟରେ ଟମାଟୋ ବିକ୍ରି କରିବା ଆରମ୍ଭ କରିଛନ୍ତି।

Share