Categories: ଜାତୀୟ

ଟମାଟୋ କିଲୋ ୨୦ ଟଙ୍କା

ବେଙ୍ଗାଲୁରୁ,୨୮।୮: ସାରା ଦେଶରେ ଟମାଟୋ ଦାମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହା ରୋଷେଇ ଘରୁ ଯେମିତି ଉଭାନ ହୋଇ ଯାଇଥିଲା। ଏବେ କିନ୍ତୁ ଏହାର ଦାମ କମ ହୋଇଯାଇଛି। କିଛି ସପ୍ତାହ ପୂର୍ବରୁ ବଜାରରେ ଟମାଟୋ ଦାମ ୧୪୦ ଟଙ୍କାରୁ ୨୨୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ଏବେ କିନ୍ତୁ କର୍ନାଟକରେ ଏହାର ଦାମ ଖୁବ କମ ହୋଇଯାଇଛି।
ସୋମବାର ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକର ଅଧିକାଂଶ ସ୍ଥାନରେ ଏବେ ଟମାଟୋ ୨୦ ଟଙ୍କାରେ ବିକ୍ରି ହେଉଛି। ଏମିତିକି ରବିବାର ଏହାର ଦାମ ୧୪ ଟଙ୍କାକୁ ଖସି ଆସିଥିବା କୁହାଯାଇଛି।
ମୈସୂର ଏପିଏମସି(ଏଗ୍ରିକଲଚରାଲ ପ୍ରଡ୍ୟୁସ ମାର୍କେଟିଂ କମିଟି)ର ସଚିବ ଏମ ଆର କୁମାରସ୍ବାମୀ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି କି ଗତ ସପ୍ତାହରେ ଟମାଟୋର ଦାମ କିଲୋ ପ୍ରତି ୧୮-୨୦ ଟଙ୍କା ଥିଲା। କାରଣ ଏହାର ଉତ୍ପାଦନରେ ସୁଧାର ଆସିଛି। ତେଣୁ ଦାମ କମ ହୋଇଯାଇଛି।

Share