ଖୁବ୍‌ଶୀଘ୍ର ସେଞ୍ଚୁରୀ ମାରିପାରେ ଟମାଟୋ

ଲକ୍ଷ୍ନୌ,୨।୭: ୧୦ ଦିନରେ ୩ ଗୁଣା ବଢିଲାଣି ଟମାଟୋ। ଦୁଇ ସପ୍ତାହ ପୂବରୁ ଟମାଟୋ କିଲୋ ପିଛା ୧୫-୨୦ ଟଙ୍କା ଥିବା ବେଳେ ଏବେ ଏହା ୬୦-୮୦ ଟଙ୍କାରେ ପହଞ୍ଚିଲାଣି। ପ୍ରତିବର୍ଷ ବର୍ଷା ଋତୁରେ ଟମାଟୋ ଦାମ୍‌ ସାମାନ୍ୟ ଅଧିକ ରହୁଥିବା ବେଳେ ଏବର୍ଷ କିନ୍ତୁ ଏହା ସବୁଠାରୁ ଅଧିକ ହୋଇପାରେ ବୋଲି କୁହାଯାଉଛି। କେବଳ ଟମାଟୋ କାହିଁକି ଅନ୍ୟ ପ୍ରାୟ ସମସ୍ତ ପରିବାର ଦାମ୍‌ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଲୋକେ ଏବେଠାରୁ ପରିବା ଖାଇବାକୁ ନେଇ ଏକ ପ୍ରକାର ଚିନ୍ତାରେ ପଡି ଗଲେଣି। ଏମିତିକି ଉତ୍ତର ପ୍ରଦେଶରେ ଏବେ ଆଳୁ କିଲୋ ପିଛା ଦାମ ପ୍ରାୟ ୩୦ ଟଙ୍କା ହୋଇ ଯାଇଥିବାରୁ ଏହା ଗରିବଙ୍କ ଉପରେ କୋରଡା ମାଡ ଭଳି ଲାଗୁଛି। ଗୋଟିଏ ପଟେ ଲୋକେ କରୋନା ମହାମାରୀ ପାଇଁ ରୋଜଗାର ହରାଇଥିବା ବେଳେ ଅନ୍ୟପଟେ ପନିପରିବାର ଦାମ ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

Share