ଟମାଟୋରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଆମ ଶରୀରରେ ଚର୍ବି ପରିମାଣକୁ କମାଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଟମାଟୋ ଖାଇବା ଦ୍ୱାରା ହାର୍ଟ ବେଶ୍ ସକ୍ରିୟ ଭାବରେ କାମ କରିଥାଏ ବୋଲି ଓ୍ବାଶିଂଟନ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସଦ୍ୟତମ ଗବେଷଣାରୁ ଜାଣି ପାରିଛନ୍ତି। ଟମାଟୋରେ ଭିଟାମିନ୍ ‘କେ’ ଏବଂ କ୍ୟାଲସିୟମ ଭରିରହିଛି। ଏହା ଅସ୍ଥିକୁ ମଜଭୂତ ହେବାରେ ସାହାଯ୍ୟ କରେ। ଟମାଟୋରେ କ୍ରୋମିୟମ ନାମକ ଏକ ମିନେରାଲ ଅଛି, ଯାହା ରକ୍ତରେ ସୁଗାର ପରିମାଣକୁ ନିୟନ୍ତ୍ରିତ କରିଥାଏ। ପାଚନକ୍ରିୟାକୁ ମଧ୍ୟ ସକ୍ରିୟ କରାଇଥାଏ ଟମାଟେ