ମିଠା ଦୋକାନରେ ବିକ୍ରି ହେଉଛି ଟମାଟୋ, ଦାମ ରସଗୋଲା-ଲଡୁଠାରୁ ଅଧିକ…

କୋରବା,୫।୮ : ଦେଶରେ ଟମାଟୋ ଦାମ ଆକାଶ ଛୁଆଁ ହୋଇଛି। ପ୍ରତିଦିନ ଟମାଟୋ ନେଇ ରୋଚକ ଖବର ମିଳିବାରେ ଲାଗିଛି। ସମ୍ପ୍ରତି ଝାଡ଼ଖଣ୍ଡର କୋରବା ଅଞ୍ଚଳରେ ଏକ ମିଠା ଦୋକାନରେ ବିଭିନ୍ନ ମିଠା ସହିତ ଟମାଟୋ ମଧ୍ୟ ବିକ୍ରି ହେଉଛି। ଦୋକାନରେ ରସଗୋଲା ଏବଂ ଅନ୍ୟ କେତେକ ମିଠାର କିଲୋଗ୍ରାମ ପିଛା ଦାମ ୨୨୦ ଟଙ୍କା ରହିଛି।

ତେବେ ଟମାଟୋ ଦାମ କିଲୋଗ୍ରାମ ପିଛା ୩୦୦ ଟଙ୍କା ରହିଛି। ଦୋକାନ ମାଲିକ କହିଛନ୍ତି ଏବେ ଟମାଟୋ ଦାମ ମିଠା ଦାମଠାରୁ ଅଧିକ ରହିଛି। ତେଣୁ ମୁଁ ବିଭିନ୍ନ ମିଠା ସହିତ ଟମାଟୋ ବିକ୍ରି କରୁଛି। ଏହା ପ୍ରଚାର ଦେବା ଦ୍ୱାରା ଗ୍ରାହକ ମୋ ଦୋକାନ ସମ୍ପର୍କରେ ଜାଣି ମିଠା କିଣିବାକୁ ଅଧିକ ସଂଖ୍ୟାରେ ଆସି ପହଞ୍ଚୁଛନ୍ତି।

କୋରବାର ୨ ଟି ଦୋକାନରେ ଟମାଟୋକୁ ମିଠା ଭଳି ଫ୍ରିଜରରେ ରଖାଯାଇଛି। ଟମାଟୋ ବାହାରେ ରଖିଲେ ନଷ୍ଟ ହେବାର ଆଶଙ୍କା ଥିତ୍ବାରୁ ଏଭଳି କରାଯାଉଥିବା ଦୋକାନ ମାଲିକ କହିଛନ୍ତି।

Share