ସମ୍ବଲପୁରରେ ୨୬୦ ଛୁଇଁଲା ଟମାଟୋ

ସମ୍ବଲପୁର, ୧ା୮ (ଶୁଭାଶିଷ ପାଢ଼ୀ):ଗତ ଜୁନ୍‌ ମାସରୁ ରାଜ୍ୟରେ ଟମାଟୋ ଦର ଅନିୟନ୍ତ୍ରିତ ହୋଇରହିଛି। ଜିଲା ସ୍ତରରେ ଏହାର ଦର ଭିନ୍ନ ରହୁଛି। ପାଣିପାଗରେ ଅନିୟମିତତା, ଅଧିକ ଖରା ଯୋଗୁ ଉତ୍ପାଦନ ହ୍ରାସ, ବର୍ଷା, ବନ୍ୟା, ରାସ୍ତା ସମସ୍ୟା ସହ ଗାଡ଼ି ଭଡ଼ା ବୃଦ୍ଧି ଯୋଗୁ ଟମାଟୋ ଦର ଉଚ୍ଚା ରହୁଥିବା କୁହାଯାଉଛି। ହେଲେ ବାସ୍ତବରେ ଦର ନିୟନ୍ତ୍ରଣ କରିବା ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇ ନାହିଁ। ପ୍ରତିଦିନ ଟମାଟୋର ଉଚିତ ଦର ଖାଉଟି ଜାଣିପାରୁନାହାନ୍ତି। ତେଣୁ ଏହି ବ୍ୟବସାୟ ସହ ଜଡ଼ିତ ମଧ୍ୟସ୍ଥମାନେ ଲାଭବାନ ହେଉଥିବାବେଳେ ଖାଉଟି ଆର୍ଥତ୍କ ବୋଝରେ ବେହାଲ ହେଉଛି।
ଜୁନ୍‌ରେ ଜିଲାରେ ଟମାଟୋ କିଲୋ ପ୍ରତି ୪୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଜୁଲାଇରେ ଏହା ବୃଦ୍ଧି ପାଇ ସୋମବାର ୨୬୦ ଟଙ୍କାରେ ପହଞ୍ଚତ୍ଛି। ମାନେଶ୍ୱର ସାପ୍ତାହିକ ବଜାରରେ ଏହି ଦରକୁ ନେଇ ଖାଉଟି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। କେବଳ ମାନେଶ୍ୱର ନୁହେଁ, ସମ୍ବଲପୁର ସହରର ବିଭିନ୍ନ ଖୁଚୁରା ବ୍ୟବସାୟୀ ଏହି ଦରରେ ବିକ୍ରି କରୁଥିଲେ। ଦର ବୃଦ୍ଧି ଯୋଗୁ ବଜାରରେ ଟମୋଟାର ଚାହିଦା ହ୍ରାସ ପାଇଛି। କେତେଜଣ ହାତଗଣତି ଅଣଓଡ଼ିଆ ବେପାରୀ ଏହା ବିକ୍ରି କରୁଥିବା ଦେଖାଯାଇଥିଲା।
ରାଜ୍ୟକୁ ଟମାଟୋ ବିଶେଷକରି ଆନ୍ଧ୍ରପ୍ରଦେଶ, କର୍ନାଟକ ଓ ମହାରାଷ୍ଟ୍ରର ଚାଷୀଙ୍କଠାରୁ ଆସିଥାଏ। ଦରଦାମ ନିୟନ୍ତ୍ରଣ କରିବା ପାଇଁ ଜିଲା ସ୍ତରରେ ଯୋଗାଣ ବିଭାଗ ଅଧିକାରୀ ନିୟୋଜିତ ଅଛନ୍ତି। ପ୍ରତିଦିନ କେତେ ଦରରେ ଟମାଟୋ ଜିଲାକୁ ଆସୁଛି, କେଉଁ ଡିଲରମାନଙ୍କ ଜରିଆରେ ଖୁଚୁରା ବେପାରୀଙ୍କୁ ଦିଆଗଲା ଏସବୁ ରିପୋର୍ଟ ମଧ୍ୟ ତିଆରି କରାଯାଉଛି। ହେଲେ ଖୁଚୁରା ବେପାରୀ ବଜାରରେ ଖାଉଟିମାନଙ୍କୁ ବିକ୍ରିକରିବା ସମୟରେ ଅଧିକ ଲାଭ ରଖୁଛନ୍ତି। ବିଶେଷକରି ଜୁଲାଇ-ଅଗଷ୍ଟ ଓ ଅକ୍ଟୋବର-ନଭେମ୍ବରରେ ଟମାଟୋ ଉତ୍ପାଦନ କମ୍‌ ହୋଇଥାଏ। ଏହି ସମୟରେ ମୌସୁମୀଜନିତ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ମଧ୍ୟ ଦରବୃଦ୍ଧିର କାରଣ ହୋଇଥାଏ। ମହାରାଷ୍ଟ୍ର ନାସିକରୁ ନୂଆ ଫସଲ ଆସିଲେ ଦର କମିବ ବୋଲି ଆଶା କରାଯାଉଛି। ଦରବୃଦ୍ଧି ପାଇଁ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଛନ୍ତି। ଦର ନିୟନ୍ତ୍ରଣ ଓ ଖାଦ୍ୟ ସାମଗ୍ରୀ ବିପଣନ ଉପରେ କେନ୍ଦ୍ର ଲଗାମ ଲଗାଇପାରୁ ନ ଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ପାଇଁ ପ୍ରତିଦିନ ପ୍ରାୟ ୧୮୦ରୁ ୨୦୦ କୁଇଣ୍ଟାଲ ଟମାଟୋ ଆବଶ୍ୟକ ପଡ଼ିଥାଏ। ହେଲେ ସୋମବାର ରାଜ୍ୟ ବାହାରୁ ହୋଲ୍‌ସେଲରଙ୍କ ପାଖକୁ ମାତ୍ର ୫୦ କୁଇଣ୍ଟାଲ ଟମାଟୋ ଆସିଥିଲା। ଆଜିର ହୋଲ୍‌ସେଲ ଦର କିଲୋ ପ୍ରତି ୧୬୦ ଟଙ୍କା ରହିଥିବା ବେଳେ ଖୁଚୁରା ବେପାରୀ ୮୦ରୁ ୧୦୦ ଟଙ୍କା ଲାଭ ରଖି ବିକ୍ରି କରୁଥିଲେ। ନିୟମ ଦୃଷ୍ଟିରୁ କିଣା ଦରଠାରୁ ଖୁଚୁରା ବେପାରୀ କେଜି ପ୍ରତି ୧୦ ଟଙ୍କା ଲାଭ ରଖିପାରିବେ। ହେଲେ ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ଏ ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀ ବୀରେନ୍ଦ୍ର ସୁରେନ କହିଛନ୍ତି, ଟମାଟୋ ଦର ପ୍ରତିଦିନ କମ୍‌ବେଶି ହୋଇଥାଏ। ଆଜି କିଣା ଦର ୧୬୦ ଟଙ୍କା ରହିଥିଲା। ବଜାରରେ ଅଧିକ ଦରରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ହୋଲସେଲର ବିଭିନ୍ନ ରାଜ୍ୟରେ ଥିବା ଦର ଅନୁସାରେ ଟମାଟୋ କିଣି ବିକ୍ରି କରନ୍ତି। ସବୁ ଯାଞ୍ଚ କରାଯାଇଥାଏ। ଆଜିର ଖାଉଟିଙ୍କ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ମଣ୍ଡିକୁ ନେଇ ବିବାଦ: ଧାରଣା ଦେଲେ ଖେଳାଳି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁରେ ଆରଏମସି ମାକେର୍ଟ ୟାର୍ଡ ମଧ୍ୟରେ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି...

ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ...

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri