ସମ୍ବଲପୁରରେ ୨୬୦ ଛୁଇଁଲା ଟମାଟୋ

ସମ୍ବଲପୁର, ୧ା୮(ଶୁଭାଶିଷ ପାଢ଼ୀ): ଗତ ଜୁନ୍‌ ମାସରୁ ରାଜ୍ୟରେ ଟମାଟୋ ଦର ଅନିୟନ୍ତ୍ରିତ ହୋଇରହିଛି। ଜିଲା ସ୍ତରରେ ଏହାର ଦର ଭିନ୍ନ ରହୁଛି। ପାଣିପାଗରେ ଅନିୟମିତତା, ଅଧିକ ଖରା ଯୋଗୁ ଉତ୍ପାଦନ ହ୍ରାସ, ବର୍ଷା, ବନ୍ୟା, ରାସ୍ତା ସମସ୍ୟା ସହ ଗାଡ଼ି ଭଡ଼ା ବୃଦ୍ଧି ଯୋଗୁ ଟମାଟୋ ଦର ଉଚ୍ଚା ରହୁଥିବା କୁହାଯାଉଛି। ହେଲେ ବାସ୍ତବରେ ଦର ନିୟନ୍ତ୍ରଣ କରିବା ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇ ନାହିଁ। ପ୍ରତିଦିନ ଟମାଟୋର ଉଚିତ ଦର ଖାଉଟି ଜାଣିପାରୁନାହାନ୍ତି। ତେଣୁ ଏହି ବ୍ୟବସାୟ ସହ ଜଡ଼ିତ ମଧ୍ୟସ୍ଥମାନେ ଲାଭବାନ ହେଉଥିବାବେଳେ ଖାଉଟି ଆର୍ଥତ୍କ ବୋଝରେ ବେହାଲ ହେଉଛି।
ଜୁନ୍‌ରେ ଜିଲାରେ ଟମାଟୋ କିଲୋ ପ୍ରତି ୪୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଜୁଲାଇରେ ଏହା ବୃଦ୍ଧି ପାଇ ସୋମବାର ୨୬୦ ଟଙ୍କାରେ ପହଞ୍ଚତ୍ଛି। ମାନେଶ୍ୱର ସାପ୍ତାହିକ ବଜାରରେ ଏହି ଦରକୁ ନେଇ ଖାଉଟି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। କେବଳ ମାନେଶ୍ୱର ନୁହେଁ, ସମ୍ବଲପୁର ସହରର ବିଭିନ୍ନ ଖୁଚୁରା ବ୍ୟବସାୟୀ ଏହି ଦରରେ ବିକ୍ରି କରୁଥିଲେ। ଦର ବୃଦ୍ଧି ଯୋଗୁ ବଜାରରେ ଟମୋଟାର ଚାହିଦା ହ୍ରାସ ପାଇଛି। କେତେଜଣ ହାତଗଣତି ଅଣଓଡ଼ିଆ ବେପାରୀ ଏହା ବିକ୍ରି କରୁଥିବା ଦେଖାଯାଇଥିଲା।
ରାଜ୍ୟକୁ ଟମାଟୋ ବିଶେଷକରି ଆନ୍ଧ୍ରପ୍ରଦେଶ, କର୍ନାଟକ ଓ ମହାରାଷ୍ଟ୍ରର ଚାଷୀଙ୍କଠାରୁ ଆସିଥାଏ। ଦରଦାମ ନିୟନ୍ତ୍ରଣ କରିବା ପାଇଁ ଜିଲା ସ୍ତରରେ ଯୋଗାଣ ବିଭାଗ ଅଧିକାରୀ ନିୟୋଜିତ ଅଛନ୍ତି। ପ୍ରତିଦିନ କେତେ ଦରରେ ଟମାଟୋ ଜିଲାକୁ ଆସୁଛି, କେଉଁ ଡିଲରମାନଙ୍କ ଜରିଆରେ ଖୁଚୁରା ବେପାରୀଙ୍କୁ ଦିଆଗଲା ଏସବୁ ରିପୋର୍ଟ ମଧ୍ୟ ତିଆରି କରାଯାଉଛି। ହେଲେ ଖୁଚୁରା ବେପାରୀ ବଜାରରେ ଖାଉଟିମାନଙ୍କୁ ବିକ୍ରିକରିବା ସମୟରେ ଅଧିକ ଲାଭ ରଖୁଛନ୍ତି। ବିଶେଷକରି ଜୁଲାଇ-ଅଗଷ୍ଟ ଓ ଅକ୍ଟୋବର-ନଭେମ୍ବରରେ ଟମାଟୋ ଉତ୍ପାଦନ କମ୍‌ ହୋଇଥାଏ। ଏହି ସମୟରେ ମୌସୁମୀଜନିତ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ମଧ୍ୟ ଦରବୃଦ୍ଧିର କାରଣ ହୋଇଥାଏ। ମହାରାଷ୍ଟ୍ର ନାସିକରୁ ନୂଆ ଫସଲ ଆସିଲେ ଦର କମିବ ବୋଲି ଆଶା କରାଯାଉଛି। ଦରବୃଦ୍ଧି ପାଇଁ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଛନ୍ତି। ଦର ନିୟନ୍ତ୍ରଣ ଓ ଖାଦ୍ୟ ସାମଗ୍ରୀ ବିପଣନ ଉପରେ କେନ୍ଦ୍ର ଲଗାମ ଲଗାଇପାରୁ ନ ଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ପାଇଁ ପ୍ରତିଦିନ ପ୍ରାୟ ୧୮୦ରୁ ୨୦୦ କୁଇଣ୍ଟାଲ ଟମାଟୋ ଆବଶ୍ୟକ ପଡ଼ିଥାଏ। ହେଲେ ସୋମବାର ରାଜ୍ୟ ବାହାରୁ ହୋଲ୍‌ସେଲରଙ୍କ ପାଖକୁ ମାତ୍ର ୫୦ କୁଇଣ୍ଟାଲ ଟମାଟୋ ଆସିଥିଲା। ଆଜିର ହୋଲ୍‌ସେଲ ଦର କିଲୋ ପ୍ରତି ୧୬୦ ଟଙ୍କା ରହିଥିବା ବେଳେ ଖୁଚୁରା ବେପାରୀ ୮୦ରୁ ୧୦୦ ଟଙ୍କା ଲାଭ ରଖି ବିକ୍ରି କରୁଥିଲେ। ନିୟମ ଦୃଷ୍ଟିରୁ କିଣା ଦରଠାରୁ ଖୁଚୁରା ବେପାରୀ କେଜି ପ୍ରତି ୧୦ ଟଙ୍କା ଲାଭ ରଖିପାରିବେ। ହେଲେ ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ଏ ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀ ବୀରେନ୍ଦ୍ର ସୁରେନ କହିଛନ୍ତି, ଟମାଟୋ ଦର ପ୍ରତିଦିନ କମ୍‌ବେଶି ହୋଇଥାଏ। ଆଜି କିଣା ଦର ୧୬୦ ଟଙ୍କା ରହିଥିଲା। ବଜାରରେ ଅଧିକ ଦରରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ହୋଲସେଲର ବିଭିନ୍ନ ରାଜ୍ୟରେ ଥିବା ଦର ଅନୁସାରେ ଟମାଟୋ କିଣି ବିକ୍ରି କରନ୍ତି। ସବୁ ଯାଞ୍ଚ କରାଯାଇଥାଏ। ଆଜିର ଖାଉଟିଙ୍କ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri