ରାତି ପାହିଲେ ଭୋଟ ଗଣତି

ଝାରସୁଗୁଡ଼ା ଅଫିସ,୨।୬: ବ୍ରଜରାଜନଗର ଉପନିର୍ବାଚନ ଶୁକ୍ରବାର ଭୋଟ ଗଣତି ହେବ।ଝାରସୁଗୁଡ଼ା ଇନ୍‌ଞ୍ଜିୟରିଂ ସ୍କୁଲ୍‌ରେ ଭୋଟ ଗଣତି ହେବ। ଏ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୦ ରାଉଣ୍ଡ ଗଣତି ହେବ। ଗଣତିରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହି ଗଣତିର ତଦାରଖ କରିବେ। ତେବେ ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସବୁ ଗେଟ୍‌ରେ ପୋଲିସ କର୍ମଚାରୀ ଜଗିବେ। ଏହା ସହ ଷ୍ଟ୍ରାଇକ୍ରିଂ ଫୋର୍ସ ମୁତୟନ ରହିବେ। ରାଜନୈତିକ ଦଳ ପ୍ରତିନିଧିମାନେ ସେମାନେ କାଉଣ୍ଟିଂ ଦେଖି ପାରିବେ।

Share