ଚନ୍ଦ୍ରଭାଗାରେ ବୁଡ ପକାଇବେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୭।୧(ବ୍ୟୁରୋ): ଶନିବାର ପବିତ୍ର ମାଘ ସପ୍ତମୀ। କରୋନା କଟକଣା ପରେ ଏଥର ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇବେ। ଏଥିପାଇଁ ଚନ୍ଦ୍ରଭାଗାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାବ୍ୟତିତ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ଅନ୍ୟପଟେ, ଆଜି ପୁରୀ ଏସ୍‌ପି କନୱର ବିଶାଳ ସିଂ ଚନ୍ଦ୍ରଭାଗା ନିକଟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

Share