ଆସନ୍ତାକାଲି ଗଡିବନି ମୋ-ବସ୍‌

ଭୁବନେଶ୍ୱର,୭।୧୨(ବ୍ୟୁରୋ)-ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମୋ-ବସ ଚଳାଚଳକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି। ଏ ନେଇ ସୋମବାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଓଡିଶାରେ ସକାଳ ୮ଟାରୁ ଅପରାହ୍ନ ଅପରାହ୍ନ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯିବ।

Share