ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’

ଭୁବନେଶ୍ୱର,୧୧।୬: ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’। ବୁଧବାର ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’ ଅନୁଷ୍ଠିତ ହୋଇଥାନ୍ତା। ହେଲେ ସୂଚନା ମିଳିଛି କି, ଆସନ୍ତା କାଲିର ରୋଡ ଶୋ’କୁ ବାତିଲ କରାଯାଇଛି।

ମଙ୍ଗଳବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ ପାଇଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିବେ। ଏହାପରେ ରାଜ୍ୟପାଳଙ୍କୁ ଦାବି ଉପସ୍ଥାପନ ପାଇଁ ସମସ୍ତ ନୂଆ ବିଧାୟକ ଯିବେ। ଏହାପରେ ବୁଧବାର ଜନତା ମଇଦାନଠାରେ ଭାଜପାର ପ୍ରଥମ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବ। ତେବେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ।

ତେବେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୪ଟାରେ ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହାପରେ ୪ଟା ୪୫ରେ ଜନତା ମଇଦାନଠାରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥା’ନ୍ତେ। ହେଲେ ମୋଦିଙ୍କ ରୋଡ ଶୋ’ କାର୍ଯ୍ୟସୂଚୀକୁ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତା ଟଙ୍କା ବାଣ୍ଟିବା ନେଇ ଏତଲା: ନିର୍ବାଚନର ଦିନକ ପୂର୍ବରୁ ମହାରାଷ୍ଟ୍ରରେ ହାଇଡ୍ରାମା

ମୁମ୍ବାଇ,୧୯ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଛି। ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ତାଓ୍ବଡେ ପାଲ୍‌ଘର ଜିଲାର ଭିରାରସ୍ଥିତ...

ମଣିପୁର ସ୍ଥିତି ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ ,୧୯ା୧୧: ମଣିପୁରରେ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...

ପଲ୍‌ସର୍‌ରେ ଆସିଲେ, ବ୍ଲାଙ୍କ୍‌ ଫାୟାରିଂ କରି କାର୍‌ରୁ ୮.୩୦ ଲକ୍ଷ ଲୁଟିନେଲେ

ବାଣପୁର,୧୯ା୧୧(ଦିଲୀପ କୁମାର ସ୍ବାଇଁ): ବାଣପୁର ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ନିକଟରେ...

ଦ୍ରୁତ ଗତିରେ ବଢି ଚାଲିଛି ଇ-କମର୍ସ କମ୍ପାନୀଙ୍କ ତେଜରାତି ବ୍ୟବସାୟ, ମୁଣ୍ଡରେ ହାତ ଦେଲେଣି ଖୁଚୁରା ଦୋକାନୀ

ନୂଆଦିଲ୍ଲୀ,୧୯।୧୧: ଖାଉଟି କ୍ରେତାଙ୍କୁ ବଡ଼ ମାତ୍ରାରେ ରିହାତି ଦେଇ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ଇ-କମର୍ସ କମ୍ପାନୀ। ପାର୍ବଣ ସମୟରେ ଏହା ଆହୁରି ଅଧିକ ରହୁଛି।...

Featured Video Play Icon

ବିଗୁଡୁଛି ଦିଲ୍ଲୀର ସ୍ଥିତି

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଦିଲ୍ଲୀର ବାୟୁପ୍ରଦୁଷଣ । ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି । ଆଜି ଦିଲ୍ଲୀର ଅନେକ ସ୍ଥାନରେ ୫୦୦ ପାର ହୋଇସାରିଲାଣି...

ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri