କାଲି ବସିବ ରତ୍ନଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ,୨୮।୭: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ମିଳିଛି। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବୈଠକରେ ରତ୍ନଭଣ୍ଡାର ସ୍ଥିତି, ସ୍ଥାୟୀତ୍ୱ ଏବଂ କେବେଠୁ ଯାଞ୍ଚ ଓ ମରାମତି ହେବ ସେନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ବୈଠକରେ ଏଏସ୍‌ଆଇ ଅଧିକାରୀ ଯୋଗ ଦେବେ।

ଅନ୍ୟପକ୍ଷେ ଖୁବ ଶୀଘ୍ର ରତ୍ନଭଣ୍ଡାର ମରାମତି ହେବ ବୋଲି ରବିବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଏପରିକି ଏସ୍‌ଓପିରେ କିଛି ସଂଶୋଧନ ଦରକାର ଥିଲା, ତାହା ହୋଇସାରିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ମହାପ୍ରଭୁଙ୍କ ରିତିନୀତିରେ ଯେପରି ଅସୁବିଧା ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଆଗ ବାହାର ରତ୍ନଭଣ୍ଡାର ମରାମତି କାମ ସରିବ। ପରେ ଭିତର ମରାମତି ପାଇଁ ଲେଜର ସ୍କାନିଂ ହେବ କି ନ ହେବ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି।

Share