ଟନ୍‌ ଟନ୍‌ ମାଛ: ଓଜନ ସମ୍ଭାଳି ନ ପାରି ୨ ଡଙ୍ଗା ଟଳମଳ

ମହାକାଳପଡ଼ା, ୩୧ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ଲକ୍‌ ମତ୍ସ୍ୟ ଅବତରଣ କେନ୍ଦ୍ର ବା ଜେଠିରେ ୨ଟି ଡଙ୍ଗାରୁ ୨ ଟନ୍‌ ୨୦ କେଜି ମାଛ ଧରା ପଡ଼ିଛନ୍ତି। ଏତେ ସଂଖ୍ୟକ ମାଛ ଜାଲରେ ପଡ଼ିବାରୁ ଡଙ୍ଗା ସମୁଦ୍ରରେ ଟଳମଳ ହୋଇଥିଲା। ମତ୍ସ୍ୟଜୀବୀମାନେ ଏହି ଡଙ୍ଗାକୁ କୌଶଳକ୍ରମେ କୂଳକୁ ଆଣିଥିଲେ। ଜେଠିରେ ଜାଲରୁ ମାଛଙ୍କୁ ଛଡ଼ାଇବାକୁ ମତ୍ସ୍ୟଜୀବୀମାନଙ୍କୁ ଦୀର୍ଘ ସମୟ ଲାଗିଥିଲା। ଏମାନଙ୍କ ଭିତରୁ ଜଣେ ମତ୍ସ୍ୟଜୀବୀଙ୍କ କହିବା କଥା, ଅମାବାସ୍ୟା ପୂର୍ବଦିନ କୋହଲା ପାଗ ସାଙ୍ଗକୁ ଦକ୍ଷିଣା ପବନ ବହିଥିଲା। ଫଳରେ ଏତେ ପରିମାଣର ମାଛ ପଡ଼ିଥିଲେ। ଏହି ମାଛକୁ ଦେଖି ମତ୍ସ୍ୟଜୀବୀମାନେ ବେଶ୍‌ ଖୁସି ହୋଇଛନ୍ତି। ଏହି ଓଲଟି ପ୍ରଜାତିର ମାଛ କିଲୋ ପ୍ରତି ୨ ଶହରୁ ୩ ଶହ ଟଙ୍କା ଓ ସମୁଦ୍ର ଟାଇଗର ଚିଙ୍ଗୁଡ଼ି କିଲୋ ପ୍ରତି ୧ ହଜାରରୁ ଦେଢ଼ ହଜାର ଟଙ୍କାରେ କୋଲକାତା ବଜାରରେ ବିକ୍ରି ହୋଇଥାଏ। ସ୍ଥାନୀୟ ମାଛ ବ୍ୟବସାୟୀ ଟ୍ରକ୍‌ ଯୋଗେ ଏହି ମାଛକୁ କୋଲକାତା ଚାଲାଣ କରିଛନ୍ତି।
ସୂଚନାଯୋଗ୍ୟ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳବାୟୁ ଜୀବଜନ୍ତୁ, ବିରଳ ପ୍ରଜାତିର ମାଛକୁ ଆକୃଷ୍ଟ କରିଥାଏ। ସେଥିପାଇଁ ଶୀତ ଋତୁ ପ୍ରାରମ୍ଭରୁ ଅଲିଭ୍‌ ରିଡ଼ଲେ କଇଁଛ, ହର୍ସୁ କ୍ରାବ୍‌, ବିଭିନ୍ନ ପ୍ରଜାତିର ଡଲଫିନ, ସାର୍କ ଭଳି ଭିନ୍ନ ଭିନ୍ନ ପ୍ରଜାତିର ସମୁଦ୍ର ଟାଇଗର ଚିଙ୍ଗୁଡ଼ି ସମେତ ମାଛ ଅନେକ ମାଇଲି ସମୁଦ୍ର ପଥ ଅତିକ୍ରମ କରି ଏଠାକୁ ନିଜର ବଂଶ ବିସ୍ତାର କରିବାକୁ ଚାଲି ଆସନ୍ତି। କାରଣ ଏହି ସ୍ଥାନ ମଧୁର ମିଶ୍ରିତ ଜଳ ଓ ଲୁଣି ପାଣିର ସଙ୍ଗମ ସ୍ଥଳରେ ବଂଶ ବିସ୍ତାର ପାଇଁ ପ୍ରକୃଷ୍ଟ ଜଳବାୟୁ। ହେଲେ ଗହୀରମଥା ଓ ଆଖପାଖ ସାମୁଦ୍ରିକ ଅଞ୍ଚଳରେ ବଡ଼ ବଡ଼ ଟ୍ରଲର, ଗିଲେଟିଂ ବୋଟ ଗାଞ୍ଜ ଜାଲରେ ଛନ୍ଦି ହୋଇ ଅକାଳରେ ସେମାନଙ୍କ ଜୀବନ ଯାଉଛି। ଫଳରେ ବଂଶ ବିସ୍ତାରରେ ବେଆଇନ ଟ୍ରଲର, ବୋଟ ଚଳାଚଳ ବାଧକ ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢ଼ୁଛି ସାଇବର ଅପରାଧ: ଡିଜିଟାଲ୍‌ ଆରେଷ୍ଟର ଶିକାର ହେଲେ କୁଳପତି

ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)/ଭୁବନେଶ୍ୱର(ସୁନିତ୍‌ ମିଶ୍ର),୨୬ା୨:ଗଞ୍ଜାମ ଜିଲାରେ ସାଇବର ଅପରାଧୀମାନେ ଜାଲ ବିଛାଇ ଚାଲିଛନ୍ତି। ବିଭିନ୍ନ ଆଳରେ ଏହି ଅଦୃଶ୍ୟ ଠକ ଗ୍ୟାଙ୍ଗ୍‌ ଲୋକଙ୍କଠାରୁ କୋଟି...

ପିଡିଏସ୍‌ ସାମଗ୍ରୀ ପାଇଁ ହିତାଧିକାରୀ ହନ୍ତସନ୍ତ:ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚାନ୍ତ

ଭବାନୀପାଟଣା,୨୬।୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନଏସିରେ ପିଡିଏସ୍‌ ସାମଗ୍ରୀ ପାଇଁ ହିତାଧିକାରୀମାନେ ଏବେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାହାକୁନେଇ ସେମାନଙ୍କ ମଧ୍ୟରେ ତୀବ୍ର...

ମୁଖ୍ୟ ଡାକ୍ତରଖାନା, ମିଳୁନି ସର୍ବନିମ୍ନ ସ୍ବାସ୍ଥ୍ୟସେବା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ରେ ଜିଲା ମୁଖ୍ୟ ଡାକ୍ତରଖାନା ରହିଛି। ସହର ମଧ୍ୟରୁ ଏହି ଡାକ୍ତରଖାନାକୁ ଉଠାଇ ସେଠାରେ ନୂତନ ଭାବେ ନିର୍ମାଣ କରାଯାଇଛି।...

୧୦ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ଆକ୍ସନରେ ପ୍ରଶାସନ

ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ୧୦ ମ ଶ୍ରେଣୀ ଛାତ୍ରୀ ମା’ ହେବା...

ଡୁଙ୍ଗୁରିପାଲିରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଡୁଙ୍ଗୁରିପାଲି, ୨୫ା୨ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ୨୬ନମ୍ବର ଜାତୀୟ ରାଜପଥ ଡୁଙ୍ଗୁରିପାଲି ସହରରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ...

ଚାଷରେ ଜୈବ ପୋଷକର ବ୍ୟବହାରକୁ ଗୁରୁତ୍ୱ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ପାତ୍ରପାଲିଠାରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଓ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଜୈବ...

ମୋ ସ୍କୁଲ ଯୋଜନାରେ ଟଙ୍କା ଆତ୍ମସାତ: ପ୍ରଧାନଶିକ୍ଷକ ନିଲମ୍ବିତ

ହରଭଙ୍ଗା,୨୫।୨(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ହୋଇଥିବା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ...

ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image