ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ ବୋମା ଓ ଏହାର ପରୀକ୍ଷଣକୁ ବହୁ ରୋଚକ କଥା ଶୁଣିଥିବେ। କିନ୍ତୁ ପରମାଣୁ ବୋମା ଟେଷ୍ଟିଂରେ କେବେ ପିଆଜ-ଆଳୁ ବ୍ୟବହାର ହୁଏ ଜାଣନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ଭାରତ ପୋଖରାନରେ ଯେଉଁ ପରମାଣୁ ପରୀକ୍ଷଣ କରିଛି, ସେଥିରେ ଦାବି କରାଯାଇଛି ଯେ, ଟନ୍‌ ଟନ୍‌ ଆଳୁ ଓ ପିଆଜ ବ୍ୟବହାର କରାଯାଇଛି। ସେହିପରି ଭାରତକୁ ଅନୁସରଣ କରି ବହୁଦେଶ ସେମାନଙ୍କର ପରମାଣୁ ବୋମା ପରୀକ୍ଷଣରେ ପିଆଜ ଓ ଟମାଟୋକୁ ବ୍ୟବହାର କରିଛନ୍ତି। ତେବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ କି, ବୋମା ପରୀକ୍ଷଣରେ ଆଳୁ-ପିଆଜ କାହିଁକି ବ୍ୟବହାର କରାଯାଉଛି।

ପରମାଣୁ ପରୀକ୍ଷଣରେ ପିଆଜର ବ୍ୟବହାର ବିକିରଣ ମାତ୍ରାକୁ କମ୍‌ କରିବା ପାଇଁ ବ୍ୟବହାର କରାଯାଏ। କାରଣ ପରମାଣୁ ବିସ୍ଫୋରଣରେ ଆଲଫ୍‌ା, ବିଟା ଓ ଗାମା ଇତ୍ୟାଦି କିରଣ ବାହାରିଥାଏ। ପିଆଜ ପାଖରେ ଏହି ବିକିରଣକୁ ଅବଶୋଷିତ କରିବାର କ୍ଷମତା ରହିଛି। ଏଥିପାଇଁ ପରମାଣୁ ପରୀକ୍ଷଣ ସ୍ଥାନରେ ଲକ୍ଷ ଲକ୍ଷ ଟନ୍‌ ପିଆଜ ପୋତା ଯାଇଥାଏ। ପରମାଣୁରୁ ବିକିରଣ ହେଉଥିବା ଆଲୋକକୁ ନିୟନ୍ତ୍ରଣ କରିବା ଜରୁରୀ କାରଣ ଯଦି ବିକିରଣ ମଣିଷ ସଂସ୍ପର୍ଶରେ ଆସେ, ତୁରନ୍ତ ରକ୍ତ ଟିସୁ ନଷ୍ଟ ହୋଇପାରେ।

ପିଆଜରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଜେନୋଟକ୍ସିକ ରହିଛି। ଏଥିରେ ଫ୍ଲାଭୋନାଏଡ ଏବଂ ଫେନୋଲିକ ଏସିଡ ମଧ୍ୟ ଭରପୂର ରହିଛି। ରିପୋର୍ଟ ଅନୁଯାୟୀ, ପରମାଣୁ ବୋମା ପରୀକ୍ଷଣରୁ ମୁକ୍ତ ହୋଇଥିବା ବିକିରଣର ପ୍ରଭାବ ଅଧ୍ୟୟନ ପାଇଁ ପିଆଜ ମୂଳ ବ୍ୟବହୃତ ହୁଏ। – ଏକ କୌତୁହଳପୂର୍ଣ୍ଣ ତଥ୍ୟ ଯାହା ଖୁବ କମ ଲୋକ ଜାଣନ୍ତି ତାହା ହେଉଛି, ପିଆଜ ସଂରକ୍ଷଣ ସମୟରେ ଗାମା ବିକିରଣର ସ୍ତର ମଧ୍ୟ ସୂଚାଇପାରେ।

ସେହିପରି ବିକିରଣର ପ୍ରଭାବକୁ ହ୍ରାସ କରିବାରେ ଆଳୁ ବ୍ୟବହୃତ ହୁଏ। ଏଥିସହ ଆଣବିକ ବିସ୍ଫୋରଣ ଦ୍ୱାରା ଅର୍ଦ୍ଧ-ନଷ୍ଟ ହୋଇଯାଉଥିବା ଖାଦ୍ୟ କିପରି ପ୍ରଭାବିତ ହୁଏ ତାହା ଦେଖିବା ପାଇଁ ଆଳୁ ମଧ୍ୟ ବ୍ୟବହୃତ ହୁଏ। ଟେନେସି ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି ଯେ, ଆଳୁ ଗାମା ବିକିରଣକୁ ବିଶେଷ ଭାବରେ ଗ୍ରହଣ କରିଥାଏ, ଯାହା ଉଦ୍ଭିଦ-ଆଧାରିତ ସେନ୍ସର ସୃଷ୍ଟି କରିବାରେ ବ୍ୟବହୃତ ହୋଇପାରେ ଯାହା ସମ୍ପ୍ରଦାୟକୁ କ୍ଷତିକାରକ ବିକିରଣରୁ ରକ୍ଷା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହେଜବୋଲ୍ଲାର ଡ୍ରୋନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ନେତାନ୍ୟାହୁ!

ଜେରୁଜେଲମ,୧୯।୧୦: ଶନିବାର ଅକ୍ଟୋବର ୧୯, ୨୦୨୪ରେ ଲେବାନନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା। ଇସ୍ରାଏଲ ଖବରକାଗଜ ହାରେଟଜର ରିପୋର୍ଟ ଅନୁଯାୟୀ ଲେବାନନରୁ ଡ୍ରୋନ ଆକ୍ରମଣ କରାଯାଇଥିଲା।...

ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍‌ ହାସିନାଙ୍କୁ ନ ଛାଡ଼ିଲେ…

ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର...

ଆଦିବାସୀଙ୍କୁ ପିଟି ମାରିଦେଲା ପୋଲିସ

ଅଗରତାଲା,୧୯ା୧୦:ତ୍ରିପୁରାରେ ହାଜତ ନିର୍ଯାତନାରେ ଜଣେ ୩୪ ବର୍ଷୀୟ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ୨ ମାସ ମଧ୍ୟରେ...

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା

ଓଟାଓ୍ବା,୧୯।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ଚେତାବନୀ ଦେଲେ ନେତାନ୍ୟାହୁ: ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ

ତେଲ୍‌ ଆଭିଭ୍‌,୧୯ା୧୦:ଗାଜାର ସଶସ୍ତ୍ର ଶାସକ ହମାସ୍‌ ଅସ୍ତ୍ର ତ୍ୟାଗ କଲେ ଆସନ୍ତାକାଲି ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri