ଅସହ୍ୟ ହେଲାଣି ମହଙ୍ଗା ମାଡ଼

ଭୁବନେଶ୍ୱର,୧୮ା୭(ଅନିଲ ଦାସ):ଗତ କିଛି ମାସ ହେବ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ିଚାଲିଛି। ପ୍ରାୟ ଅଧିକାଂଶ ସାମଗ୍ରୀ ଦର କିଲୋ ପ୍ରତି ୫୦ରୁ ୧୦୦ ଟଙ୍କା ବୃଦ୍ଧି ହୋଇଛି। ବର୍ଷା ଯୋଗୁ ପନିପରିବା ଫସଲ ଦର ବୃଦ୍ଧି କୁହାଯାଉଥିବା ବେଳେ ଡାଲି, ଚାଉଳ, ଜିରା, ଲଙ୍କା, ସୋରିଷ, ଅଦା, ରସୁଣ ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ଏସବୁର ଦରବୃଦ୍ଧି ମଧ୍ୟବିତ୍ତ ଓ ଗରିବବର୍ଗଙ୍କୁ ବହୁ କଷ୍ଟ ଦେଉଛି। କର୍ପୋରେଟ ହାତକୁ ରିଟେଲ ମାର୍କେଟ ଟେକିଦେବା ଏବଂ ସରକାରଙ୍କ ଦୂରଦୃଷ୍ଟି ଅଭାବ ଖାଉଟିଙ୍କ ମୁଣ୍ଡରେ ଚଡ଼କ ପକାଇଛି ବୋଲି ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି।
ଗତ ୨/୩ମାସ ମଧ୍ୟରେ ଚାଉଳ କୁଇଣ୍ଟାଲ ପିଛା ଦର ୭୦୦ରୁ ୮୦୦ ଟଙ୍କା ବଢ଼ିଗଲାଣି। ଅର୍ଥାତ୍‌ ଯେଉଁ ଚାଉଳ କିଲୋ ପିଛା ୨୫ ଟଙ୍କାରେ ମିଳୁଥିଲା, ଏବେ ତାହା ୩୨ରୁ ୩୫ ଟଙ୍କାରେ ପହଞ୍ଚିଲାଣି। ଚାଉଳ ଦର ଗତ ୧୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେହିପରି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ୧୮୦ ଛୁଇଁଲାଣି। ମୁଗ, ବୁଟ ଓ ବିରିଡାଲି ମଧ୍ୟ ସମତାଳରେ ବଢ଼ିଚାଲିଛି। କେବଳ ସେତିକି ନୁହେଁ, ତରକାରି ସୁଆଦ ପାଇଁ ବ୍ୟବହୃତ ଜିରା, ଗୋଲମରିଚ, ପାନମଧୁରି, ଗୁଜୁରାତି ଦର ମଧ୍ୟ ଏବେ ଅମୂଲ ମୂଲ ହୋଇଛି। ୨ ମାସ ପୂର୍ବରୁ ଜିରା କିଲୋ ଅଢ଼େଇ ଶହରୁ ୩ଶହ ଟଙ୍କାରେ ମିଳୁଥିବା ବେଳେ ଏବେ ୭୦୦ ଛୁଇଁଲାଣି। ସେହିପରିି ଅଦା ୨୦୦ ଟଙ୍କାରୁ ତଳକୁ ଖସୁ ନ ଥିବାବେଳେ ରସୁଣ କିଲୋ ମଧ୍ୟ ୧୫୦ ଉପରେ ରହିଛି। ସେହିପରି ଗହମଜାତ ସାମଗ୍ରୀ ଅଟା, ସୁଜି, ମଇଦା ମୂଲ୍ୟ ମଧ୍ୟ ଉପରମୁହଁା ହେବାରେ ଲାଗିଛି। ଅନ୍ୟପକ୍ଷରେ ପନିପରିବା ବଜାରରେ ଦର ସାମାନ୍ୟ ତଳମୁହଁା ହୋଇଛି। କିନ୍ତୁ ଟମାଟୋ ୧୦୦ ଟଙ୍କା ଉପରେ ବିକ୍ରି ହେଉଥିବାବେଳେ ବାଇଗଣ, କଲରା, ପୋଟଳ, ଜହ୍ନି ଓ ଝୁଡ଼ଙ୍ଗ, କାକୁଡି କିଲୋ ୫୦ ତଳକୁ ନାହିଁ। ସେହିପରି କଞ୍ଚାଲଙ୍କା ୨୦୦ ଟଙ୍କା ଉପରେ ବିକ୍ରି ହେଉଥିବା ବେଳେ ବିନ୍‌ସ ଦେଢ଼ଶହ ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ୱର ୧ ନମ୍ବର ହାଟ ହେଉ କି କଟକ ଛତ୍ରବଜାର ସବୁଠି ଅଧିକ ଦରରେ ପନିପରିବା ବିକ୍ରି ହେଉଛି।
ବଳକା ଚାଉଳ ରାଜ୍ୟ ଓଡ଼ିଶା ଏବେ ଚଢ଼ା ଦରବୃଦ୍ଧି କଷଟିରେ କଷି ହେଉଛି। ସରକାର ରାଜ୍ୟର ପ୍ରାୟ ୨୬ ଲକ୍ଷ କୁଇଣ୍ଟାଲ ବଳକା ଚାଉଳକୁ ବିକିବାକୁ କେନ୍ଦ୍ର ସରକାରଙ୍କ ପଛରେ ଗୋଡ଼ାଇଥିବା ବେଳେ ରାଜ୍ୟରେ ଦରବୃଦ୍ଧି ସାଧାରଣ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି।
ମିଳିଥିବା ସୂଚନା ଅନୁସାରେ ଗତ ଦୁଇଦଶନ୍ଧି ତଳେ ଓଡ଼ିଶାରେ ପ୍ରାୟ ୫୦ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେଉଥିଲା ବେଳେ ୨୦୨୨ ସୁଦ୍ଧା ଏହା ୧୧୫ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଏହା ସତ୍ତ୍ୱେ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ରାଶନକାର୍ଡଧାରୀଙ୍କୁ ସରକାର ୧ ଟଙ୍କାରେ ଚାଉଳ ଯୋଗାଇ ଦେଉଥିବା ବେଳେ ମଧ୍ୟବିତ୍ତ ପରିବାରବର୍ଗ ଉଚ୍ଚାଦରରେ ଚାଉଳ କିଣିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ବ୍ୟବସାୟୀ ସଂଘ କହିଛି, ବିଭିନ୍ନ ଖୁଚୁରା ବଜାର ଉପରେ କର୍ପୋରେଟ ହାଉସ୍‌ର ନିୟନ୍ତ୍ରଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଉତ୍ପାଦନ ଆରମ୍ଭରୁ ବଡ଼ବଡ଼ ମଲ ଓ ଷ୍ଟୋରଗୁଡ଼ିକ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ୍‌ କରି ରଖୁଥିବାରୁ ବଜାରରେ ଅଭାବ ପଡୁଛି। ତିରୋଟ ସମୟରେ ସେମାନେ ଲାଭବାନ ହେଉଥିବା ବେଳେ ଗରିବ ଓ ମଧ୍ୟବିତ୍ତ ଲୋକେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି। ରାଜ୍ୟ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ସୁଧାକରଣ ପଣ୍ଡା କହିଛନ୍ତି, ଖୁଚୁରା ବଜାରରେ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେବା ପରେ ଏଭଳି ପରିସ୍ଥିତି ହୋଇଛି। ବଡ଼ ବଡ଼ ମଲ୍‌ କରିଥିବା କର୍ପୋରେଟ ସଂସ୍ଥା ବଜାରକୁ ନିୟନ୍ତ୍ରଣ କରୁଛନ୍ତି। ସରକାର ଅସହାୟ ହୋଇଛନ୍ତି। ଯେତେବେଳେ ଦର ଯାହା ହେବ ଖାଉଟି ନେବାକୁ ବାଧ୍ୟ ହେବେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୁକ୍ତ ବଜାର ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ। ସରକାର କେବଳ ବ୍ୟବସାୟୀଙ୍କୁ ତାଗିଦ୍‌ କରିପାରିବେ। ଉତ୍ପାଦନ ହ୍ରାସ ପାଇଥିବାରୁ ଦର ବଢୁଛି। ନୂଆ ଫସଲ ଆସିଲେ ଦର କମିଯିବ। ଭୁବନେଶ୍ୱରର ତେଜରାତି ବ୍ୟବସାୟୀ ବାବୁଲି ସାହୁ କହିଛନ୍ତି, କେବଳ ତେଲକୁ ଛାଡ଼ି ଦେଲେ ସବୁ ଦର ଉପରମୁହଁା ରହିଛି। ଅଧିକ ଦରରେ କିଣିବାକୁ ପଡୁଥିବାରୁ ଗ୍ରାହକଙ୍କ ଚାହିଦା ମୁତାବକ ମାଲ ବିକ୍ରି ହେଉ ନାହିଁ। ସରକାର ଏହା ଉପରେ ଧ୍ୟାନ ଦେବା ଦରକାର। ପରିବା ବ୍ୟବସାୟୀ ସୁନାକର ଖୁଣ୍ଟିଆ କହିଛନ୍ତି, ଦର ଉଚ୍ଚାରେ କିଣିଥିବାରୁ ବାଧ୍ୟ ହୋଇ ଅଧିକ ଦରରେ ବିକିବାକୁ ପଡୁଛି। ନୂଆ ଫସଲ ବଜାରକୁ ଆସିଗଲେ ପରିବା ଦର କମିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri