ଦାୟିତ୍ୱ ନେଲେ ଗଞ୍ଜାମର ନୂଆ ଥାନାଧିକାରୀ

ଗଞ୍ଜାମ,୨୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଥାନାଧିକାରୀ ଭାବେ ବୁଧବାର ସୁଦୀପ୍ତ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଗଞ୍ଜାମ ଥାନାଧିକାରୀ ଭାବେ ଦାୟିତ୍ୱରେ ଥିବା ପି. ସ୍ବରୁପ କିଶାନ ରମ୍ଭା ଥାନାକୁ ବଦଳି ହେବା ପରେ ବୁଧବାର ସୁଦୀପ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଭଞ୍ଜନଗର ଥାନାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଦାୟିତ୍ୱ ନେବା ପରେ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବେଆଇନ କାରବାର ପ୍ରତି ନଜର ରଖିବେ ଓ ସହରରେ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ ଦାୟିତ୍ୱ ନେବା ପରେ ଥାନା ସେକେଣ୍ଡ ଅଫିସର ଅଜିତ୍‌ କୁମାର ପରିଡ଼ା, ନାରାୟଣ କଅଁର, ଏଏସ୍‌ଆଇ ସୁରେନ୍ଦ୍ର ପଢିଆରୀ ଓ ସୁପ୍ରଭା ସାହୁ, ହାବିଲଦାର ଅଭିମନ୍ୟୁ ବେହେରା ପ୍ରମୁଖ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି।