ପିଟିପିଟି ଯୁବକଙ୍କ ଜୀବନ ନେଇଗଲେ

ରାଉରକେଲା ଅଫିସ,୨୧।୧୨: ସୁନ୍ଦରଗଡ଼ ଜିଲା ରାଉରକେଲା ପ୍ଲାଣ୍ଟ ସାଇଡ୍‌ ଥାନା ଅନ୍ତର୍ଗତ ନୟାବଜାର ସେକ୍ଟର ୨୧ ଅଞ୍ଚଳରେ ମଙ୍ଗଳବାର ଦିନ ଦ୍ରିପହରରେ ଜଣେ ଯୁବକଙ୍କୁ ଆକ୍ରମଣ କରି କିଛି ଦୁର୍ବତ୍ତ ଫେରାର ହୋଇଯାଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ପିଣ୍ଟୁ ଶ୍ରୀବାସ୍ତବ(୨୨)। ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ପ୍ଲାଣ୍ଟ ସାଇଡ୍‌ ଥାନାକୁ ଅବଗତ କରାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପିଣ୍ଟୁଙ୍କୁ ଉଦ୍ଧାର କରି ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ପୋଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରି ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Share