Categories: ଜାତୀୟ

ଟୁଲ୍‌କିଟ୍‌ ମାମଲା: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ

ବେଙ୍ଗାଲୁରୁ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ୍‌ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବେଙ୍ଗାଲୁରୁରୁ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛନ୍ତି। ଫେବୃୟାରୀ ୪ରେ ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ଚାଷୀଙ୍କ ସହିତ ଜଡ଼ିତ ଥିବା ଟୁଲକିଟ୍‌କୁ ଏଡିଟ୍‌ କରିବା ପରେ ଦିଶା ରବି ଏହାକୁ ପଠାଇଥିବା ଅଭିଯୋଗ ହୋଇଛି। ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଉପରେ ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ କରାଯିବା ସହିତ ଟୁଲକିଟ୍‌ ମାମଲାର ମଧ୍ୟ ଯାଞ୍ଚ୍‌ କରାଯାଉଛି। ଗ୍ରେଟା ଟୁଲ୍‌ କିଟ୍‌ ଦ୍ୱାରା ଟୁଇଟ୍‌ କରିଥିଲେ। ପରେ ଏହାକୁ ସେ ହଟାଇ ଦେଇଥିଲେ। ପରେ ଜଣାପଡ଼ିଥିଲା ଯେ ଏହି ଟିଲକିଟ୍‌ ର ସ୍କ୍ରିପ୍ଟ ରାଇଟର ଏକ ଖଲିସ୍ତାନୀ ସଂଗଠନ। ଏନେଇ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Share