ଦାନ୍ତ ଭାଙ୍ଗିଯିବାରୁ ହେଉଛି ଖାଇବା ସମସ୍ୟା, ୨ ଶିଶୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ଗୁଆହାଟି,୨୯।୯: ଆସାମରେ ଦୁଇ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କୁ ଚିଠି ଲେଖ ନିଜର ସମସ୍ୟା ଜଣାଇଛନ୍ତି। ଏବେ ଏହି ଚିଠି ଦୁଇଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୬ ବର୍ଷ ବୟସ୍କା ରାଓ୍ବଜା ଅହମ୍ମଦ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିବାବେଳେ ୫ ବର୍ଷ ବୟସ୍କ ଆର୍ୟନ ଅହମ୍ମଦ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି।

ଗୋଟିଏ ପରିବାରର ଏହି ଶିଶୁ ଦୁହେଁ ସେମାନଙ୍କର ଦାନ୍ତ ଭାଙ୍ଗି ଯାଇଥିବାରୁ ଖାଇବାରେ ଅସୁବିଧା ହେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଭଉଣୀ ରାଓ୍ବଜା ଏବଂ ସାନ ଭାଇ ଆର୍ୟନ ସେମାନଙ୍କର ଦାନ୍ତ କାହିଁକି ଶୀଘ୍ର ଉଠୁନାହିଁ ସେ ନେଇ ଚିଠରେ ପ୍ରଶ୍ନ କରିବା ସହିତ ଏଥିରେ ଡ୍ରଇଁ ମଧ୍ୟ କରିଛନ୍ତି।

ଆର୍ୟନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ପ୍ରିୟ ମୋଦିଜୀ, ମୋର ୩ଟି ଦାନ୍ତ ନାହିଁ। ଦୟାକରି ଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ମୁଁ ମୋର ପସନ୍ଦର ଖାଦ୍ୟ ଖାଇପାରୁ ନାହିଁ। ସେହିପରି ରାଓ୍ବଜା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖଛନ୍ତି, ପ୍ୟାରେ ହେମନ୍ତ ମାମା, ମୋର ଦାନ୍ତ ନାହିଁ। ଦୟାକରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଚିଠି ଦୁଇଟିକୁ ମୁକ୍ତାର ଅହମ୍ମଦଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ସେପ୍ଟେମ୍ବର ୨୫ରେ ପୋଷ୍ଟ କରାଯାଇଛି।

Share